ପୁରୁଣା ଆଇନ ଲାଗୁ କଲା ତାଲିବାନ: ବ୍ୟଭିଚାର ପାଇଁ ମହିଳାଙ୍କୁ ସର୍ବସାଧାରଣ ପଥର ଫିଙ୍ଗି ହତ୍ୟା କରିବାକୁ ଘୋଷଣା
ନୂଆଦିଲ୍ଲୀ: ପୁଣିଥରେ ୯୦ ଦଶକର ଅନ୍ଧାରୀ ତାଲିବାନୀ ଶାସନ ଭିତରେ ବୁଡ଼ିଯିବ ଆଫଗାନିସ୍ତାନ। ତାଲିବାନ କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପୁରୁଣା ହୁକୁମ ଜାରି କରୁଛି। ପାଠ ପଢ଼ିବା ଠାରୁ ଆରମ୍ଭ କରି ବସ୍ତ୍ର ପରିଧାନ ଆଦି କ୍ଷେତ୍ରରେ ମହିଳାଙ୍କ ଉପରେ କଠୋର ନିୟମ ଜାରି କରିଛି। ଏବେ ଆଉ ଏକ କଠୋର ଆଦେଶ ଜାରି କରିଛନ୍ତି ତାଲିବାନ ମୁଖ୍ୟ ହିବତୁଲ୍ଲାହ ଅଖୁନ୍ଦଜାଦା।ଯଦି କୌଣସି ମହିଳା ବ୍ୟାଭିଛାର କରିବାର ଧରାପଡ଼ନ୍ତି ତେବେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ପଥର ଫିଙ୍ଗି ହତ୍ୟା କରାଯିବ ବୋଲି ଅଖୁନ୍ଦଜାଦା କହିଛନ୍ତି। ସରକାରୀ ଟିଭି ଚ୍ୟାନେଲ୍ର ଭଏସ୍ ମେସେଜ୍ ଜାରି କରି ଏପରି କହିଛନ୍ତି ତାଲିବାନ ମୁଖ୍ୟ। ଏଥିସହିତ ପଶ୍ଚିମଦେଶ ପ୍ରଭାବିତ ଗଣତନ୍ତ୍ର ବିରୋଧରେ ତାଲିବାନ ଲଢ଼େଇ ଜାରି ରହିବ। ଆନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ସମର୍ଥିତ ମହିଳାଙ୍କ ଅଧିକାର ତାଲିବାନର ଇସଲାମୀୟ ଶରିଆ ଆଇନର ବିରୋଧୀ ବୋଲି ଅଖୁନ୍ଦଜାଦା କହିଥିବା ଦ ଟେଲିଗ୍ରାଫ୍ରେ ଖବର ପ୍ରକାଶ ପାଇଛି। ଅଖୁନ୍ଦଜାଦା କହିଛନ୍ତି ଯେ କ'ଣ ମହିଳାମାନେ ପଶ୍ଚିମ ଦେଶର ସ୍ୱାଧୀନତା ଚାହୁଁଛନ୍ତି। ସେମାନେ ଶରିଆ ଏବଂ ଧର୍ମଗୁରୁଙ୍କ ମତ ଓ ଧର୍ମଗୁରୁଙ୍କ ବିରୁଦ୍ଧରେ ଯାଉଛନ୍ତି। ଅଖୁନ୍ଦଜାଦା ଆହୁରି କହିଛନ୍ତି “ମୁଁ ମୁଜାହିଦ୍ଦିନଙ୍କୁ କହିଥିଲି ଯେ ଆମେ ପାଶ୍ଚାତ୍ୟ ଲୋକଙ୍କ ବିରୁଦ୍ଧରେ ୨୦ ବର୍ଷ ଯୁଦ୍ଧ କରିଥିଲୁ ଏବଂ ଦରକାର ପଡ଼ିଲେ ଆମେ ଆହୁରି ୨୦ ବର୍ଷ ଓ
ନୂଆଦିଲ୍ଲୀ: ପୁଣିଥରେ ୯୦ ଦଶକର ଅନ୍ଧାରୀ ତାଲିବାନୀ ଶାସନ ଭିତରେ ବୁଡ଼ିଯିବ ଆଫଗାନିସ୍ତାନ। ତାଲିବାନ କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପୁରୁଣା ହୁକୁମ ଜାରି କରୁଛି। ପାଠ ପଢ଼ିବା ଠାରୁ ଆରମ୍ଭ କରି ବସ୍ତ୍ର ପରିଧାନ ଆଦି କ୍ଷେତ୍ରରେ ମହିଳାଙ୍କ ଉପରେ କଠୋର ନିୟମ ଜାରି କରିଛି। ଏବେ ଆଉ ଏକ କଠୋର ଆଦେଶ ଜାରି କରିଛନ୍ତି ତାଲିବାନ ମୁଖ୍ୟ ହିବତୁଲ୍ଲାହ ଅଖୁନ୍ଦଜାଦା।
ଯଦି କୌଣସି ମହିଳା ବ୍ୟାଭିଛାର କରିବାର ଧରାପଡ଼ନ୍ତି ତେବେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ପଥର ଫିଙ୍ଗି ହତ୍ୟା କରାଯିବ ବୋଲି ଅଖୁନ୍ଦଜାଦା କହିଛନ୍ତି। ସରକାରୀ ଟିଭି ଚ୍ୟାନେଲ୍ର ଭଏସ୍ ମେସେଜ୍ ଜାରି କରି ଏପରି କହିଛନ୍ତି ତାଲିବାନ ମୁଖ୍ୟ। ଏଥିସହିତ ପଶ୍ଚିମଦେଶ ପ୍ରଭାବିତ ଗଣତନ୍ତ୍ର ବିରୋଧରେ ତାଲିବାନ ଲଢ଼େଇ ଜାରି ରହିବ। ଆନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ସମର୍ଥିତ ମହିଳାଙ୍କ ଅଧିକାର ତାଲିବାନର ଇସଲାମୀୟ ଶରିଆ ଆଇନର ବିରୋଧୀ ବୋଲି ଅଖୁନ୍ଦଜାଦା କହିଥିବା ଦ ଟେଲିଗ୍ରାଫ୍ରେ ଖବର ପ୍ରକାଶ ପାଇଛି।
ଅଖୁନ୍ଦଜାଦା କହିଛନ୍ତି ଯେ କ'ଣ ମହିଳାମାନେ ପଶ୍ଚିମ ଦେଶର ସ୍ୱାଧୀନତା ଚାହୁଁଛନ୍ତି। ସେମାନେ ଶରିଆ ଏବଂ ଧର୍ମଗୁରୁଙ୍କ ମତ ଓ ଧର୍ମଗୁରୁଙ୍କ ବିରୁଦ୍ଧରେ ଯାଉଛନ୍ତି। ଅଖୁନ୍ଦଜାଦା ଆହୁରି କହିଛନ୍ତି “ମୁଁ ମୁଜାହିଦ୍ଦିନଙ୍କୁ କହିଥିଲି ଯେ ଆମେ ପାଶ୍ଚାତ୍ୟ ଲୋକଙ୍କ ବିରୁଦ୍ଧରେ ୨୦ ବର୍ଷ ଯୁଦ୍ଧ କରିଥିଲୁ ଏବଂ ଦରକାର ପଡ଼ିଲେ ଆମେ ଆହୁରି ୨୦ ବର୍ଷ ଓ ତାଠାରୁ ଅଧିକ ଯୁଦ୍ଧ କରିବୁ। କାବୁଲ ଦଖଲ କରିବା ପରେ ଯେ ଆମେ ବର୍ତ୍ତମାନ ବସି ଚା ପିଇବୁ ତାହା ନୁହେଁ। ଆମେ ଏହି ଦେଶରେ ଶରିଆ ଆଇନ ଆଣିବୁ। ଆମେ ବର୍ତ୍ତମାନ ଶରିଆକୁ କାର୍ଯ୍ୟକାରୀ କରିବୁ।”
ମହିଳାଙ୍କୁ ପଥର ଫିଙ୍ଗି ହତ୍ୟା କରିବା ନେଇ ଅଖୁନ୍ଦଜାଦା କହିଛନ୍ତି ଯେ ଯଦି ଏହାକୁ ତମେ ମହିଳା ଅଧିକାରୀ ଆଇନ ବିରୋଧରେ ବୋଲି ଭାବୁଛ ତେବେ ଜାଣି ରଖ ଯେ ଆମେ ଖୁବ୍ଶୀଘ୍ର ବ୍ୟଭିଚାର ଏହି ଆଇନ୍କୁ ଲାଗୁ କରିବୁ। ଆମେ ମହିଳାଙ୍କୁ ସର୍ବସାଧାରଣରେ ପିଟିବୁ ଓ ସର୍ବସାଧାରଣରେ ପଥର ଫିଙ୍ଗି ହତ୍ୟା କରିବୁ। ପଶ୍ଚିମାଞ୍ଚଳ ଶିଖାଉଥିବା ମହିଳା ଅଧିକାରକୁ ବେଖାତିର କରି ଆମେ ଇସ୍ଲାମିକ ଆଇନ୍କୁ ମାନିବୁ ବୋଲି ଅଖୁନ୍ଦଜାଦା କହିଛନ୍ତି।
ସୂଚନା ଥାଉକି ୯୦ ଦଶକରେ ତାଲିବାନ ଏହିଭଳି ଅତ୍ୟାଚାର କରିଥିଲା ବୋଲି ୨୦୦୧ ମସିହାରେ ଆମେରିକା ନେତୃତ୍ୱରେ ତାଲିବାନ ଶାସନକୁ ବିତାଡ଼ିତ କରି ଆଫଗାନିସ୍ତାନରେ ଗଣତନ୍ତ୍ର ସ୍ଥାପନ କରାଯାଇଥିଲା। ଏହାପରେ ଗତ ୨୦ ବର୍ଷ ଧରି ସେଠାରେ ପଶ୍ଚିମାଞ୍ଚଳ ସମର୍ଥିତ ସରକାର ଚାଲିଥିଲା। ହେଲେ ୨୦୨୧ରେ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିଥିଲା।
ତାଲିବାନ କ୍ଷମତାକୁ ଫେରିବା ପରେ ଯେଉଁମାନେ ଆମେରିକା ସହ ମିଶି କାମ କରିଥିଲେ ସେମନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହାପରେ ପୁଣିଥରେ ୧୯୯୬-୨୦୦୦ ମସିହା ପୁରୁଣା ଆଇନ ଲାଗୁ କରିଥିଲା। ମ୍ୟୁଜିକ ବନ୍ଦ କରିବା, ମହିଳାଙ୍କ ସ୍କୁଲ କଲେଜ୍ ଯିବା ବନ୍ଦ କରିବା, ଚୋରଙ୍କ ହାତ କାଟିବା ଓ ବ୍ୟାବିଛାର ପାଇଁ ପଥର ଫିଙ୍ଗି ହତ୍ୟା କରିବା ଆଇନ ଲାଗୁ କରିବାକୁ ଯାଉଛି।