ପୁରୁଷଙ୍କ ଭଳି ମହିଳା ମଧ୍ୟ ଚେସ୍ ଅଲମ୍ପିୟାଡରେ ଜିତିଲେ ସ୍ୱର୍ଣ୍ଣ, ଓପନ ବର୍ଗରେ ରଚିଲେ ଇତିହାସ
ବୁଡାପେଷ୍ଟ ୨୨।୯: ଭାରତୀୟ ମହିଳା ଟିମ୍ ବୁଡାପେଷ୍ଟରେ ଚାଲିଥିବା ଚେସ୍ ଅଲମ୍ପିୟାଡ-୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହା ପୂର୍ବରୁ ପୂରୁଷ ଟିମ୍ ସ୍ୱର୍ଣ୍ଣ ବିଜୟ କରିଥିଲା। ଏଥିରେ ମହିଳା ଚେସ୍ ଖେଳାଳିମାନେ ଭାରତକୁ ଦୋହରା ଖୁସି ଦେଇଛନ୍ତି। ମହିଳା ଟିମ୍ରେ ହରିକା ଦ୍ରୋଣାଭଲ୍ଲୀ, ବୈଶାଳୀ ରମେଶବାବୁ, ଦିବ୍ୟା ଦେଶମୁଖ, ଭନ୍ତିକା ଅଗ୍ରୱାଲ ଓ ତାନିୟା ସଚଦେବ ଆଦି ସାମିଲ ଥିଲେ। ଓପନ ବର୍ଗରେ ଭାରତୀୟ ମହିଳା ଟିମ୍ର ବିଜୟ ଆମେରିକା ଦ୍ୱାରା କଜାକିସ୍ତାନର ହାର ଉପରେ ନିର୍ଭର ଥିଲା। ????????India wins the 45th FIDE Women's #ChessOlympiad! ???? ♟Congratulations to Harika Dronavalli, Vaishali Rameshbabu, Divya Deshmukh, Vantika Agrawal, Tania Sachdev and Abhijit Kunte (Captain)! ???? ???? pic.twitter.com/zsNde0tspo— International Chess Federation (@FIDE_chess) September 22, 2024ରବିବାର ଆମେରିକା ଦ୍ୱାରା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧-୧ରେ ରୋକିବା ପରେ ଭାରତକୁ ବିଜେତା ଘୋଷଣା କରାଯାଇଛି। ଚେନ୍ନାଇରେ ଭାରତୀୟ ମହିଳା ଟିମ୍ ୨୦୨୨ରେ କାଂସ୍ୟ ପଦକ ବିଜୟୀ ହୋଇଥିଲା। ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଟିମ୍ ଅଜରବୈଜାନକୁ ୩-୫,୦-୫ରେ ହରାଇ ଦେଶ ଲାଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଡି ହରିକା ପ୍ରଥମ ବୋର୍ଡରେ ବୈଷୟିକ ଶ୍ରେଷ୍ଠତା
ବୁଡାପେଷ୍ଟ ୨୨।୯: ଭାରତୀୟ ମହିଳା ଟିମ୍ ବୁଡାପେଷ୍ଟରେ ଚାଲିଥିବା ଚେସ୍ ଅଲମ୍ପିୟାଡ-୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏହା ପୂର୍ବରୁ ପୂରୁଷ ଟିମ୍ ସ୍ୱର୍ଣ୍ଣ ବିଜୟ କରିଥିଲା। ଏଥିରେ ମହିଳା ଚେସ୍ ଖେଳାଳିମାନେ ଭାରତକୁ ଦୋହରା ଖୁସି ଦେଇଛନ୍ତି। ମହିଳା ଟିମ୍ରେ ହରିକା ଦ୍ରୋଣାଭଲ୍ଲୀ, ବୈଶାଳୀ ରମେଶବାବୁ, ଦିବ୍ୟା ଦେଶମୁଖ, ଭନ୍ତିକା ଅଗ୍ରୱାଲ ଓ ତାନିୟା ସଚଦେବ ଆଦି ସାମିଲ ଥିଲେ। ଓପନ ବର୍ଗରେ ଭାରତୀୟ ମହିଳା ଟିମ୍ର ବିଜୟ ଆମେରିକା ଦ୍ୱାରା କଜାକିସ୍ତାନର ହାର ଉପରେ ନିର୍ଭର ଥିଲା।
????????India wins the 45th FIDE Women's #ChessOlympiad! ???? ♟
Congratulations to Harika Dronavalli, Vaishali Rameshbabu, Divya Deshmukh, Vantika Agrawal, Tania Sachdev and Abhijit Kunte (Captain)! ???? ???? pic.twitter.com/zsNde0tspo— International Chess Federation (@FIDE_chess) September 22, 2024
ରବିବାର ଆମେରିକା ଦ୍ୱାରା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧-୧ରେ ରୋକିବା ପରେ ଭାରତକୁ ବିଜେତା ଘୋଷଣା କରାଯାଇଛି। ଚେନ୍ନାଇରେ ଭାରତୀୟ ମହିଳା ଟିମ୍ ୨୦୨୨ରେ କାଂସ୍ୟ ପଦକ ବିଜୟୀ ହୋଇଥିଲା। ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଟିମ୍ ଅଜରବୈଜାନକୁ ୩-୫,୦-୫ରେ ହରାଇ ଦେଶ ଲାଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଡି ହରିକା ପ୍ରଥମ ବୋର୍ଡରେ ବୈଷୟିକ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ବେଳେ ଦିବ୍ୟାଦେଶମୁଖ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ତୃତୀୟ ବୋର୍ଡରେ ନିଜ ବ୍ୟକ୍ତିଗତ ସ୍ୱର୍ଣ୍ଣପଦକ ନିଶ୍ଚିତ କରିଥିଲେ।
ବୈଶାଳୀ ଡ୍ର ଖେଳିବା ପରେ ଭନ୍ତିକା ଅଗ୍ରୱାଲ ବିଜୟ ହାସଲ କରି ଭାରତୀୟ ଟିମ୍ ପାଇଁ ସ୍ୱର୍ଣ୍ଣପଦକ ନିଶ୍ଚିତ କରିଛନ୍ତି। ରବିବାର ଏହା ପୂର୍ବରୁ ପୁରୁଷ ବର୍ଗ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ଟିମ୍ ନିଜ ବର୍ଗରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି। ଭାରତୀୟ ଟିମ୍ରେ ଗୁକେସ, ପ୍ରଜ୍ଞାନନ୍ଦ, ଅର୍ଜୁନ ଏରିଗୈସୀ, ବିଦିତ ଗୁଜରାଟି, ପେଣ୍ଟାଲା ହରିକୃଷ୍ଣା ଓ ଶ୍ରୀନାଥ ନାରାୟଣନ ଆଦି ସାମିଲ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଟିମ୍ର ଏହା ପ୍ରଥମ ସ୍ୱର୍ଣ୍ଣ। ଏହା ପୂର୍ବରୁ ୨୦୨୨ରେ ଭାରତ କାଂସ୍ୟ ବିଜୟ କରିଥିଲା।