ପୁରୁଷୋତ୍ତମପୁର ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ମାମଲା: ଭୋଟ୍‌‌ ହେବ, ଫଳ ପ୍ରକାଶ ପାଇବନି

କଟକ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌‌ଏସିର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌‌ ହୋଇପାରିବ; ତେବେ ଏହାର ଫଳାଫଳ ଘୋଷଣା କରାଯାଇ ପାରିବ ନାହିଁ ଉଚ୍ଚ ନ୍ୟାୟାଳୟ ଗୁରୁବାର ଅନ୍ତରୀଣ ଅାେଦଶରେ ଦର୍ଶାଇଛନ୍ତି। ଆଜି ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ୍‌‌ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଅଦାଲତ ଏହି ମାମଲାର ଶୁଣାଣି ଆରମ୍ଭ କରି ଉକ୍ତ ଆଦେଶ ଦେଇଥିଲେ। ଫଳରେ ଅନାସ୍ଥା ଆଣିଥିବା ପ୍ରତିପକ୍ଷଙ୍କୁ ଝଟ୍‌‌କା ଲାଗିଛି। ଏନ୍‌‌ଏସି ଅଧ୍ୟକ୍ଷ ପ୍ରିୟଙ୍କା ଗୌଡ଼ ଏବଂ […]

ପୁରୁଷୋତ୍ତମପୁର ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ମାମଲା: ଭୋଟ୍‌‌ ହେବ, ଫଳ ପ୍ରକାଶ ପାଇବନି

କଟକ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌‌ଏସିର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌‌ ହୋଇପାରିବ; ତେବେ ଏହାର ଫଳାଫଳ ଘୋଷଣା କରାଯାଇ ପାରିବ ନାହିଁ ଉଚ୍ଚ ନ୍ୟାୟାଳୟ ଗୁରୁବାର ଅନ୍ତରୀଣ ଅାେଦଶରେ ଦର୍ଶାଇଛନ୍ତି। ଆଜି ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ୍‌‌ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଅଦାଲତ ଏହି ମାମଲାର ଶୁଣାଣି ଆରମ୍ଭ କରି ଉକ୍ତ ଆଦେଶ ଦେଇଥିଲେ। ଫଳରେ ଅନାସ୍ଥା ଆଣିଥିବା ପ୍ରତିପକ୍ଷଙ୍କୁ ଝଟ୍‌‌କା ଲାଗିଛି। ଏନ୍‌‌ଏସି ଅଧ୍ୟକ୍ଷ ପ୍ରିୟଙ୍କା ଗୌଡ଼ ଏବଂ ବିଜେଡ଼ିର ଦୁଇଜଣ କାଉନସିଲର ଅରୁଣ କୁମାର ମହାକୁଡ଼ ଓ ସୁଧାଂଶ ବେହେରାଙ୍କ ପକ୍ଷରୁ ଅାଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦେଶ େଦଇଛନ୍ତି। ଏଥିସହ ରାଜ୍ୟ ସରକାର ଏବଂ ଜିଲାପାଳଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟ ଆ​ଦେଶ ଦଇଛନ୍ତି। ଅାସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।