ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି…
ପୁରୁଷୋତ୍ତମପୁର,୩୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଥିବା ତହସିଲଦାର ଲୋପାମୁଦ୍ରା ରଥ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି। ଏହି ଅବସରରେ ନୂତନ ତହସିଲଦାର ବେହେରା କହିଛନ୍ତି, ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଯେପରି ସମସ୍ତ ପ୍ରକାର ରାଜସ୍ବ ସମ୍ବନ୍ଧୀୟ ସେବା ପହଞ୍ଚିପାରିବ ଓ […] The post ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି… appeared first on Dharitri Odia News.
ପୁରୁଷୋତ୍ତମପୁର,୩୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ବିନୋଦ କୁମାର ବେହେରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଥିବା ତହସିଲଦାର ଲୋପାମୁଦ୍ରା ରଥ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି।
ଏହି ଅବସରରେ ନୂତନ ତହସିଲଦାର ବେହେରା କହିଛନ୍ତି, ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଯେପରି ସମସ୍ତ ପ୍ରକାର ରାଜସ୍ବ ସମ୍ବନ୍ଧୀୟ ସେବା ପହଞ୍ଚିପାରିବ ଓ ଛାତ୍ରୀଛାତ୍ର ଯେପରି ସମସ୍ତ ସାର୍ଟିପିକେଟ ତତ୍କ୍ଷଣାତ ପାଇପାରିବେ। ସେଥିନେଇ ପ୍ରାଥମିକତା ଦେବା ମୋର ଲକ୍ଷ୍ୟ ରହିଛି। ଏଥିପାଇଁ ସେ ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି।
The post ପୁରୁଷୋତ୍ତମପୁର ତହସିଲଦାର ଭାବେ ଦାୟିତ୍ୱ ନେଲେ ବିନୋଦ ବେହେରା, କହିଲେ ରାଜସ୍ବ ସମମ୍ବନ୍ଧୀୟ ସେବା ଯେମିତି… appeared first on Dharitri Odia News.