ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା

ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଯାଜପୁରରେ ମହାମାରୀ ହଇଜାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥଥିବାାବେଳେ ଏହାକୁ ନେଇ ସରକାର ଓ ପ୍ରଶାସନର ନିଦ ହଜିଯାଇଛି। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗର ବେପରୁଆ ମନୋବୃତ୍ତି ଯୋଗୁ ସହରବାସୀ ପାଇପ୍‌ ଲାଇନରେ ଆସୁଥିବା ସମ୍ପୂର୍ଣ୍ଣ ଦୂଷିତ ପାଣିକୁ ନେଇ ଲୋକେ ହଇଜା ବ୍ୟାପିବା ଆଶଙ୍କାରେ ଆତଙ୍କିତ ହୋଇପଡ଼ଛନ୍ତ। ଗତ କିଛିଦିନ ହେଲା ଜନସ୍ବାସ୍ଥ୍ୟ ବିଭାଗ ପାଇପ୍‌ରେ ଏଭଳି […] The post ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା appeared first on Dharitri Odia News.

ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା

ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଯାଜପୁରରେ ମହାମାରୀ ହଇଜାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥଥିବାାବେଳେ ଏହାକୁ ନେଇ ସରକାର ଓ ପ୍ରଶାସନର ନିଦ ହଜିଯାଇଛି। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗର ବେପରୁଆ ମନୋବୃତ୍ତି ଯୋଗୁ ସହରବାସୀ ପାଇପ୍‌ ଲାଇନରେ ଆସୁଥିବା ସମ୍ପୂର୍ଣ୍ଣ ଦୂଷିତ ପାଣିକୁ ନେଇ ଲୋକେ ହଇଜା ବ୍ୟାପିବା ଆଶଙ୍କାରେ ଆତଙ୍କିତ ହୋଇପଡ଼ଛନ୍ତ। ଗତ କିଛିଦିନ ହେଲା ଜନସ୍ବାସ୍ଥ୍ୟ ବିଭାଗ ପାଇପ୍‌ରେ ଏଭଳି ଅତ୍ୟଧିକ ପରିମାଣରେ କଳା ଓ ମାଟିଆ ରଙ୍ଗର ଦୂଷିତ ପାଣି ଆସୁଛି। ଲୋକେ ବାରମ୍ବାର ଅଭିଯୋଗ କରିବାରେ ଲାଗିଥିଲେ ମଧ୍ୟ ଏଥିପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ପାଣିଟାଙ୍କି, ସମ୍ପ୍‌କୁ ଠିକ ଭାବରେ ସଫାସୁତରା କରାଯାଉ ନ ଥିବା ଓ ବିଭିନ୍ନ ସ୍ଥାନରେ ପାଇପ୍‌ ଲିକେଜ ହୋଇ ଏଭଳି ଦୂଷିତ ପାଣି ଆସୁଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାସହ ପାଣିର ବିଷୋଧନ ଲାଗି ବ୍ଲିଚିଂ ପକାଯାଉ ନ ଥିବାର ଅଭିଯୋଗ ହୋଇଛ। ଲୋକଙ୍କ ପାଖରେ ପାନୀୟ ଜଳ ଲାଗି କିଛି ବିକଳ୍ପ ସୁବିଧା ନ ଥିବାରୁ ଏଭଳି ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏଥିପ୍ରତି ସରକାର, ଗଞ୍ଜାମ ଜିଲାପାଳ ଓ ଜନସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ଯାଜପୁର ଭଳି ଏଠାରେ ମଧ୍ୟ ହଇଜା ମହାମାରୀ ଭଳି ଘଟଣା ଘଟିବାର ଆଶଙ୍କା ରହିଛି। ଏହି ସମସ୍ୟାକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ହିମାଂଶୁ ଶେଖର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ଗଡ଼ସାହି କୂଅର ପାଣିର ପ୍ରେସର ଯୋଗୁ ଏଭଳି ମଇଳା ଆସିଯାଇଛି। ଏଣୁ ପାଇପ୍‌ଲାଇନର ସଫା କରାଯାଉଥିବାର ନେଇ ସେ କହିଛନ୍ତି।

The post ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା appeared first on Dharitri Odia News.