ପୁରୁଷୋତ୍ତମପୁରରେ ରଥଯାତ୍ରା
ପୁରୁଷୋତ୍ତମପୁର,୭।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇ ପହଣ୍ଡି ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଅପରାହ୍ନରେ ରଥଟଣା ହୋଇଥିଲା। ଏହାକୁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟ, ମନ୍ଦିର ଉନ୍ନୟନ ପରିଷଦର ସଭ୍ୟ ଏବଂ ସେବାୟତ ଓ ସାହିବାସିନ୍ଦା ପରିଚାଳନା କରିଥିବା ବେଳେ ସହରବାସୀ ସହଯୋଗ କରିଥିଲେ। ପୁରୁଷୋତ୍ତମ ପୁର ଏସ୍ଡିପିଓ ରଜନିକାନ୍ତ ସାମଲଙ୍କ ନେତୃତ୍ୱରେ ପୋଲିସ […] The post ପୁରୁଷୋତ୍ତମପୁରରେ ରଥଯାତ୍ରା appeared first on Dharitri Odia News.
ପୁରୁଷୋତ୍ତମପୁର,୭।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇ ପହଣ୍ଡି ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଅପରାହ୍ନରେ ରଥଟଣା ହୋଇଥିଲା। ଏହାକୁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟ, ମନ୍ଦିର ଉନ୍ନୟନ ପରିଷଦର ସଭ୍ୟ ଏବଂ ସେବାୟତ ଓ ସାହିବାସିନ୍ଦା ପରିଚାଳନା କରିଥିବା ବେଳେ ସହରବାସୀ ସହଯୋଗ କରିଥିଲେ।
ପୁରୁଷୋତ୍ତମ ପୁର ଏସ୍ଡିପିଓ ରଜନିକାନ୍ତ ସାମଲଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳାକୁ ନିୟନ୍ତ୍ରଣ କରାଯାଇଥିଲ। ଏହାସହ ପ୍ରତାପୁର, ଜଳେଶ୍ବର ଖଣ୍ଡି, ଭାଟକୁମରଡା, ଶିକୁଳା, ସୁନାଥର ଆଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହୋଇଯାଇଛି।
The post ପୁରୁଷୋତ୍ତମପୁରରେ ରଥଯାତ୍ରା appeared first on Dharitri Odia News.