ପୁଲିସ ଡ୍ରାଇଭର ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମାକୁ କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟ ପୁଲିସ ମୋଟର ଟ୍ରାନ୍ସପୋର୍ଟ ଅଧିନରେ ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା କୋହଳ କରାନଯିବା ପ୍ରସଂଗରେ ଦାୟର ମାମଲାରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । କୋଭିଡ ମହାମାରୀ ଓ ଦୀର୍ଘ ୪ବର୍ଷ ଧରି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିବା କାରଣରୁ ଉପରୋକ୍ତ ପଦ ପାଇଁ ସମସ୍ତ ବର୍ଗ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୪ବର୍ଷ କୋହଳ କରିବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ […]

ପୁଲିସ ଡ୍ରାଇଭର ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମାକୁ କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
The first judgment of the High Court came in Odia

କଟକ : ରାଜ୍ୟ ପୁଲିସ ମୋଟର ଟ୍ରାନ୍ସପୋର୍ଟ ଅଧିନରେ ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା କୋହଳ କରାନଯିବା ପ୍ରସଂଗରେ ଦାୟର ମାମଲାରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । କୋଭିଡ ମହାମାରୀ ଓ ଦୀର୍ଘ ୪ବର୍ଷ ଧରି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିବା କାରଣରୁ ଉପରୋକ୍ତ ପଦ ପାଇଁ ସମସ୍ତ ବର୍ଗ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୪ବର୍ଷ କୋହଳ କରିବା ପାଇଁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୁଲିସ ଚୟନ ବୋର୍ଡ ପକ୍ଷରୁ ଏହି ମର୍ମରେ ପୂର୍ବରୁ ୨୦୨୪ ଅକ୍ଟୋବର୩ର ନିଯୁକ୍ତି ବିଜ୍ଞପ୍ତିକୁ ଉପରୋକ୍ତ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ କରାଯାଇ ବିଜ୍ଞପ୍ତି ଜାରି ହେବ । ଏଥିସହ ନିର୍ଦ୍ଧାରିତ ପୋର୍ଟାଲରେ ଏହି ବୟସସୀମା ଭିତରେ ରହିଥିବା ସମସ୍ତ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିବାକୁ କହିଛନ୍ତି ହାଇକୋର୍ଟ । ଆଦିତ୍ୟ ମିର୍ଦ୍ଧା ଓ ଅନ୍ୟମାନଙ୍କ ତରଫରୁ ଦାୟର ୧୭ଟି ମାମଲାର ଏକତ୍ର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରକାଶ କରିଛନ୍ତି। ଅନ୍ୟପଟରେ ସର୍ବୋଚ୍ଚ ବୟସସୀମା କୋହଳ ଆଦେଶ ଉପରୋକ୍ତ ନିଯୁକ୍ତି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଭବିଷ୍ୟତ ନିଯୁକ୍ତି ପ୍ରକ୍ରିୟା ପାଇଁ ଲାଗୁ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

ମାମଲାରୁ ପ୍ରକାଶ ଯେ,୨୦୨୪, ଅକ୍ଟୋବର୩ରେ ଓଡ଼ିଶା ପୁଲିସ ମୋଟର ଟ୍ରାନ୍ସପୋର୍ଟ ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦବି ପାଇଁ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମା ୨୩ବର୍ଷ ଧାର୍ଯ୍ୟ କରାଯାଇଥିଲା। ତେବେ ଶେଷ ଥର ୨୦୨୦ରେ ଡ୍ରାଇଭର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ବେଳେ ଦୀର୍ଘ ୪ବର୍ଷ ପରେ ପୁଣି ଏହି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେହେତୁ ପୁଲିସ ଡ୍ରାଇଭର ପଦ ପାଇଁ ୨୦୨୧,୨୦୨୨ ଓ ୨୦୨୩ରେ କୌଣସି ନିଯୁକ୍ତି ପ୍ରକାଶ ପାଇନଥିଲା ବୟସସୀମା କୋହଳ କରା ନଯିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଭିନ୍ନ ସରକାରୀ ପଦ ପାଇଁ ସର୍ବାଧିକ ବୟସସୀମା କୋହଳ ପାଇଁ ଓଡ଼ିଶା ସିଭିଲ ସର୍ଭିସ (ଫିକ୍ସେସନ ଅଫ ଅପର ଏଜ୍‌ ଲିମିଟ) ନିୟମାବଳୀ ୧୯୮୯ ଅନୁସାରେ ୩୮ ଥିଲା। ତେବେ ୨୦୨୨ରେ ସଂଶୋଧନ କରାଯାଇ ଏହାକୁ ୨୦୨୧,୨୦୨୨ ଓ ୨୦୨୩ର ପ୍ରକାଶିତ ସମସ୍ତ ସରକାରୀ ନିଯୁକ୍ତି ପାଇଁ ୩୮ବର୍ଷ କରାଯାଇଥିଲା।ସର୍ବୋଚ୍ଚ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରାଯିବା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ।