ପୁଲିସ ନିକଟରେ ହାର୍ଡକୋର ନକ୍ସଲ ସୋମନାଥଙ୍କ ଆତ୍ମସର୍ମପଣ

ଗତକାଲି ଦୁଇ ଜଣ ୨ ହାର୍ଡକୋର୍‌ ନକ୍ସଲ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ।

ପୁଲିସ ନିକଟରେ ହାର୍ଡକୋର ନକ୍ସଲ ସୋମନାଥଙ୍କ ଆତ୍ମସର୍ମପଣ

ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୋଇଛନ୍ତି ଜଣେ ହାର୍ଡକୋର୍‌ ନକ୍ସଲ। ଛତିଶଗଡ଼ କ୍ୟାଡରର ନକ୍ସଲ ସୋମନାଥ ଅଚେଲା ବଲାଙ୍ଗିର ପୁଲିସ୍ ପାଖରେ ଆତ୍ମସର୍ମପଣ କରିଛନ୍ତି। ସୋମନାଥଙ୍କ ଘର ଛତିଶଗଡ଼ର କାଙ୍କେର ଅଞ୍ଚଳରେ। ମାଓ ସଂଗଠନରେ ତାଙ୍କ ନାଁ ମହେଶ ଥିଲା।

ଗତ ୧୪ ବର୍ଷ ଧରି ସୋମନାଥ ମାଓ କମାଣ୍ଡର ଭାବରେ କାମ କରୁଥିଲା। ଓଡ଼ିଶା ଏବଂ ଛତିଶଗଡ଼ରେ ଏକାଧିକ ନକ୍ସଲ ଗତିବିଧିରେ ସାମିଲ ଥିଲେ ସୋମନାଥ।ରାଜ୍ୟ ସରକାରଙ୍କ ଆତ୍ମସାମର୍ପଣ ଥଇଥାନ ନୀତି ଅନୁସାରେ ତାଙ୍କୁ ଥଇଥାନ୍‌ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଦୁଇ ଜଣ ୨ ହାର୍ଡକୋର୍‌ ନକ୍ସଲ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ।