ପୁଲିସକୁ ମୂର୍ତ୍ତିଚୋରଙ୍କ ଚ୍ୟାଲେଞ୍ଜ, ୧୩ ଦିନରେ ୩ ମନ୍ଦିରରୁ ଲୁଟ
ପୁରୀ: ପୁଣି ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମୂର୍ତ୍ତି ଚୋର। ୧୩ଦିନ ମଧ୍ୟରେ ପୁରୀ ସହର ମଧ୍ୟରୁ ତୃତୀୟ ମନ୍ଦିରରୁ କରିଛନ୍ତି ଲୁଟ୍। ଏଥର ବି ମୂର୍ତ୍ତି ଲୁଟେରାଙ୍କ ଟାର୍ଗେଟରେ ମହାଦେବ ମନ୍ଦିର। ପ୍ରଥମେ ମୁକ୍ତେଶ୍ୱର ମନ୍ଦିର ଦ୍ୱିତୀୟରେ କପାଳମୋଚନ ମନ୍ଦିର ପରେ ଶନିବାର ରାତିରେ ଗୁଣ୍ଡିଚା ବିହାରସ୍ଥିତ ଚନ୍ଦ୍ରଶେଖର ମନ୍ଦିରରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ତେବେ ଗୋଟିଏ ଘଟଣାରେ ଯଦିଓ ପୁଲିସକୁ ସଫଳତା ମିଳିଛି ହେଲେ କାର୍ଯ୍ୟାନୁଷ୍ଠାନକୁ ଭୟ ନ କରି ପୁଣି ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି […]

ପୁରୀ: ପୁଣି ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମୂର୍ତ୍ତି ଚୋର। ୧୩ଦିନ ମଧ୍ୟରେ ପୁରୀ ସହର ମଧ୍ୟରୁ ତୃତୀୟ ମନ୍ଦିରରୁ କରିଛନ୍ତି ଲୁଟ୍। ଏଥର ବି ମୂର୍ତ୍ତି ଲୁଟେରାଙ୍କ ଟାର୍ଗେଟରେ ମହାଦେବ ମନ୍ଦିର। ପ୍ରଥମେ ମୁକ୍ତେଶ୍ୱର ମନ୍ଦିର ଦ୍ୱିତୀୟରେ କପାଳମୋଚନ ମନ୍ଦିର ପରେ ଶନିବାର ରାତିରେ ଗୁଣ୍ଡିଚା ବିହାରସ୍ଥିତ ଚନ୍ଦ୍ରଶେଖର ମନ୍ଦିରରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ତେବେ ଗୋଟିଏ ଘଟଣାରେ ଯଦିଓ ପୁଲିସକୁ ସଫଳତା ମିଳିଛି ହେଲେ କାର୍ଯ୍ୟାନୁଷ୍ଠାନକୁ ଭୟ ନ କରି ପୁଣି ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଦୀର୍ଘଦିନ ପରେ ସହରରେ ମୂର୍ତ୍ତି ଚୋର ସକ୍ରିୟ ହେବା ନେଇ ଏବେ ଚିନ୍ତାରେ ପଡିଛନ୍ତି ବିଭିନ୍ନ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା।