ପୂଜା ଖେଡକରଙ୍କ ପାଇଁ ବଢ଼ିଲା ଅଡୁଆ: ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କଲେ ଦିଲ୍ଲୀ କୋର୍ଟ
ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପୂଜା ଖେଡକରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ଦିଲ୍ଲୀ କୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ପରିସର ବଢାଇବା ଆବଶ୍ୟକ। ସାମ୍ପ୍ରତିକ ସମୟରେ, ଅକ୍ଷମତା ଏବଂ ଓବିସି ବର୍ଗର ଲାଭ ପାଇନଥିବା ପ୍ରାର୍ଥୀଙ୍କୁ ଖୋଜିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷମତା ଏବଂ ଓବିସି ବର୍ଗରେ ଅନ୍ୟ ପ୍ରାର୍ଥୀମାନେ ନିକଟରେ ଲାଭ ପାଇଛନ୍ତି କି ନାହିଁ ତାହା ଜାଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରଭାବଶାଳୀ ବ୍ୟକ୍ତି ଖେଡକରଙ୍କୁ ସାହାଯ୍ୟ କରିଛନ୍ତି କି ନାହିଁ ତାହା ଜାଣିବାକୁ କୋର୍ଟ କହିଛନ୍ତି।ପ୍ରକାଶଥାଉକି ଯେ ପୂଜା ଖେଡକରଙ୍କ ସମସ୍ୟା ବଢ଼ିବା ପରେ କୋର୍ଟର ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ। ପୂଜା କହିଥିଲେ ଯେ ସେ କୌଣସି ଠକେଇ କରିନାହାଁନ୍ତି, ମାତ୍ର UPSC ପୂର୍ବରୁ କେବଳ ତାଙ୍କ ପାଖରୁ ସଠିକ୍ ଦଲିଲ ଉପସ୍ଥାପନ କରିଥିଲେ। ପୂଜା ତାଙ୍କ ଜାମିନ ଆବେଦନପତ୍ରରେ କହିଛନ୍ତି ଯେ ସେ ବୟସରେ ବହୁତ ଛୋଟ ଏବଂ ଏହି ମାମଲାରେ ପୋଲିସ କିମ୍ବା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଭାବିତ କରିବାର ସ୍ଥିତିରେ ନାହିଁ।ତାଙ୍କ ମାମଲା ସହ ଜଡିତ ସମସ୍ତ ଦଲିଲ ତଦନ୍ତକାରୀ ସଂସ୍ଥା ପାଖରେ ରହିଛି। ତେଣୁ ତାଙ୍କଠାରୁ କିଛି ଜବତ କରିବାର ଆବଶ୍ୟକତା ନାହିଁ। ଏଭଳି ପରିସ୍ଥିତିରେ ତାଙ୍କୁ
ନୂଆଦିଲ୍ଲୀ: ପୂର୍ବତନ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପୂଜା ଖେଡକରଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ଦିଲ୍ଲୀ କୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ପରିସର ବଢାଇବା ଆବଶ୍ୟକ। ସାମ୍ପ୍ରତିକ ସମୟରେ, ଅକ୍ଷମତା ଏବଂ ଓବିସି ବର୍ଗର ଲାଭ ପାଇନଥିବା ପ୍ରାର୍ଥୀଙ୍କୁ ଖୋଜିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଷମତା ଏବଂ ଓବିସି ବର୍ଗରେ ଅନ୍ୟ ପ୍ରାର୍ଥୀମାନେ ନିକଟରେ ଲାଭ ପାଇଛନ୍ତି କି ନାହିଁ ତାହା ଜାଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରଭାବଶାଳୀ ବ୍ୟକ୍ତି ଖେଡକରଙ୍କୁ ସାହାଯ୍ୟ କରିଛନ୍ତି କି ନାହିଁ ତାହା ଜାଣିବାକୁ କୋର୍ଟ କହିଛନ୍ତି।
ପ୍ରକାଶଥାଉକି ଯେ ପୂଜା ଖେଡକରଙ୍କ ସମସ୍ୟା ବଢ଼ିବା ପରେ କୋର୍ଟର ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ। ପୂଜା କହିଥିଲେ ଯେ ସେ କୌଣସି ଠକେଇ କରିନାହାଁନ୍ତି, ମାତ୍ର UPSC ପୂର୍ବରୁ କେବଳ ତାଙ୍କ ପାଖରୁ ସଠିକ୍ ଦଲିଲ ଉପସ୍ଥାପନ କରିଥିଲେ। ପୂଜା ତାଙ୍କ ଜାମିନ ଆବେଦନପତ୍ରରେ କହିଛନ୍ତି ଯେ ସେ ବୟସରେ ବହୁତ ଛୋଟ ଏବଂ ଏହି ମାମଲାରେ ପୋଲିସ କିମ୍ବା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଭାବିତ କରିବାର ସ୍ଥିତିରେ ନାହିଁ।
ତାଙ୍କ ମାମଲା ସହ ଜଡିତ ସମସ୍ତ ଦଲିଲ ତଦନ୍ତକାରୀ ସଂସ୍ଥା ପାଖରେ ରହିଛି। ତେଣୁ ତାଙ୍କଠାରୁ କିଛି ଜବତ କରିବାର ଆବଶ୍ୟକତା ନାହିଁ। ଏଭଳି ପରିସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ତେବେ ପୂଜାଙ୍କ ଆବେଦନ ଉପରେ କୋର୍ଟ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିନାହାଁନ୍ତି। ଜାମିନ ପ୍ରଦାନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ ପୂଜା ଖେଡକରଙ୍କ ମାଆ ମନୋରମା ଖେଡକରଙ୍କ ଜାମିନ ମାମଲାରେ ପୁଣେର ସେସନ କୋର୍ଟ ଶୁଣାଣି ଶେଷ କରିଛନ୍ତି। ଉଭୟ ଓକିଲ ଏବଂ ପ୍ରତିପକ୍ଷ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିଛନ୍ତି ଏବଂ କୋର୍ଟ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଜମି ବିବାଦ ମାମଲାରେ ମନୋରମା ଖେଡକରଙ୍କୁ ୪ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା, କିନ୍ତୁ ପରେ ୧୪ ଦିନର ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଥିଲା। ଏହି ମାମଲାରେ ଜଣେ ଚାଷୀଙ୍କୁ ଧମକ ଦେବା ଅଭିଯୋଗ ରହିଛି।