ପୂଜା ମଣ୍ଡପ ଲାଗି BMCର ଗାଇଡଲାଇନ ଜାରି, ନିରାପଦ ଏବଂ ପରିବେଶ ଅନୁକୂଳ ରଖିବା ପାଇଁ କଲା ଅପିଲ
ଭୁବନେଶ୍ବର : ପ୍ଳାଷ୍ଟିକ, ପ୍ରଦୂଷଣ ମୁକ୍ତ ଗଣେଶ ପୂଜା। ପୂଜା ମଣ୍ଡପ ଲାଗି ବିଏମସିର ଗାଇଡଲାଇନ ଜାରି। ୧୨ ସୁତ୍ରୀ... The post ପୂଜା ମଣ୍ଡପ ଲାଗି BMCର ଗାଇଡଲାଇନ ଜାରି, ନିରାପଦ ଏବଂ ପରିବେଶ ଅନୁକୂଳ ରଖିବା ପାଇଁ କଲା ଅପିଲ appeared first on .
ଭୁବନେଶ୍ବର : ପ୍ଳାଷ୍ଟିକ, ପ୍ରଦୂଷଣ ମୁକ୍ତ ଗଣେଶ ପୂଜା। ପୂଜା ମଣ୍ଡପ ଲାଗି ବିଏମସିର ଗାଇଡଲାଇନ ଜାରି। ୧୨ ସୁତ୍ରୀ ନିୟମାବଳୀ ଜାରି କଲା ବିଏମସି। ପରିବେଶ ଓ ପୂଜା ମଣ୍ଡପ ସ୍ବଚ୍ଛ ରଖିବା ଲାଗି ଅପିଲ୍। ପରିବେଶକୁ ଦୃଷ୍ଟିରେ ରଖି କମ୍ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ । ଯାଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ । ପ୍ରସାଦ ଇତ୍ୟାଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ନତୁବା କଦଳୀ ପତ୍ର, ଶାଳ ପତ୍ର, କାଗଜ ପ୍ଲେଟ, କପ୍, ମାଟି ପାତ୍ର ଇତ୍ୟାଦି ବ୍ୟବହାର କରିବାକୁ କୁହାଯାଇଛି । ପରିବେଶ ପ୍ରଦୂଷିତ ହେଲା ଭଳି କୌଣସି ପ୍ରକାରେ ଥର୍ମକୁଲ, ଏକକ ବ୍ୟବହାର, ପ୍ଲାଷ୍ଟିକଦ୍ରବ୍ୟ ପ୍ରସ୍ତୁତ ପାତ୍ରରେ ପ୍ରସାଦ ଇତ୍ୟାଦି ଦିଅନ୍ତୁ ନାହିଁ । ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର କରନ୍ତୁ ନାହିଁ । ବିସର୍ଜନ ପୂର୍ବରୁ ମୂର୍ତିରେ ବ୍ୟବହୃତ ଫୁଲ, ପତ୍ର, ବସ୍ତ୍ର, ଇତ୍ୟାଦି ଆଭୂଷଣକୁ ବାହାର କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅସ୍ଥାୟୀ ପୁଷ୍କରିଣୀ ନିକଟରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ ପାତ୍ରରେ ଏଗୁଡିକୁ ପକାଇବାକୁ କୁହାଯାଇଛି । ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ ମିଟର ଚତୁଃପାର୍ଶ୍ଵକୁ ନିଜ ଦାୟିତ୍ବରେ ସଫା ରଖନ୍ତୁ । ପୂଜା ମଣ୍ଡପ ପାଖରେ ଓଦା ଓ ଶୁଖିଲା ଅଳିଆ ପକାଇବା ପାଇଁ ବଡ ବଡ ଡଷ୍ଟବିନ୍ ରଖିବାକୁ କୁହାଯାଇଛି ।
ସେପଟେ ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ପାଇଁ ସତନ୍ତ୍ର ପାକିଂ ବ୍ୟବସ୍ଥା କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଅସ୍ଥାୟୀ ପୂଜା ମଣ୍ଡପଗୁଡିକୁ ଯେପରି ଲୋକଙ୍କ ଭିଡ ଯୋଗୁଁ ଭାଙ୍ଗି ନଯାଏ ସେଥିପାଇଁ ମଜବୁତ୍ ଭାବେ ନିର୍ମାଣ କରିବାକୁ କୁହାଯାଇଛି । ବିଦ୍ୟୁତ୍ ସଂଯୋଗରେ କୌଣସି ସ୍ଥାନରେ ଯେପରି ସର୍ଟ ସର୍କିଟ୍ ନ ହୁଏ, ସେଥିପ୍ରତି ଧ୍ୟାନ ଦେବେ । ପ୍ରତ୍ୟେକ ମଣ୍ଡପର ନିରାପତା ଓ ସୁରକ୍ଷା ନିମନ୍ତେ ଅତି କମରେ ୩ ଜଣ ସିକ୍ୟୁରିଟି କର୍ମୀ ରଖନ୍ତୁ। ଯେଉଁମାନେ ଘରେ କିମ୍ବା ବ୍ୟକ୍ତିଗତ ଭାବେ ଛୋଟ ମୂର୍ତି ପୂଜା କରୁଛନ୍ତି ଏବଂ ବିସର୍ଜନସ୍ଥାନକୁ ଯିବାରେ ଅସୁବିଧା ହେଉଛି, ତେବେ ବିସର୍ଜନ ନିମନ୍ତେ ଠାକୁରଙ୍କ ମୂର୍ତିକୁ ନିକଟସ୍ଥ ବିଏମ୍ସି କଲ୍ୟାଣମଣ୍ଡପରେ ହସ୍ତାନ୍ତର କରନ୍ତୁ । ଅଗ୍ନିକାଣ୍ଡ ଘଟାଇବା ଭଳି କୌଣସି ଜ୍ବଳନଶୀଳ ସାମଗ୍ରୀ ଯଥା-ଧୂପ, ଦୀପ ଇତ୍ୟାଦିକୁ ଅଣଦେଖା କରିବ ନେଇ ବିଏମସି ଅପିଲ କରିଛି। ଚଳିତ ବର୍ଷ ଭଷାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦେଇନି କମିଶନରେଟ ପୋଲିସ। ବିନା ଅନୁମତିରେ ଡିଜେ ବଜାଇଲେ ପୋଲିସ ନେବ ଆକ୍ସନ।
The post ପୂଜା ମଣ୍ଡପ ଲାଗି BMCର ଗାଇଡଲାଇନ ଜାରି, ନିରାପଦ ଏବଂ ପରିବେଶ ଅନୁକୂଳ ରଖିବା ପାଇଁ କଲା ଅପିଲ appeared first on .