ପୂର୍ତ୍ତ ବିଭାଗର ଫାଟକ ସାଜିଛି ଡମ୍ପିୟାର୍ଡ଼: ଦୁର୍ଗନ୍ଧରେ ନାକ ଫାଟୁଛି
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା। ଦାରିଙ୍ଗବାଡିର ପରିବେଶକୁ ସ୍ବଚ୍ଛତା ରଖାଯିବା ପାଇଁ ବ୍ଲକ ପ୍ରଶାସନ ଚେଷ୍ଟା କରିବା ସହ ଅଞ୍ଚଳକୁ ସଫା କରିଥିଲା। ହେଲେ ପୂର୍ବରୁ ଯେଉଁଭଳି ଅବସ୍ଥା ଥିଲା ପୁଣି ସେହି ଅବସ୍ଥାକୁ ଫେରିଛି। ଚାରିଆଡେ କୁଢ଼ କୁଢ଼ ପ୍ଲାଷ୍ଟିକ, ଅଇଁଠା ଖଲିପତ୍ର, ଚା’କପ ପଡ଼ି ପରିବେଶ ଦୂଷିତ ହେବାରେ ଲାଗିଛି। ଦାରିଙ୍ଗବାଡିର ଜାତୀୟରାଜପଥ ତଥା ମୁଖ୍ୟ ବଜାର ଉପରେ ପୂର୍ତ୍ତ ବିଭାଗ ସମେତ ଏକାଧିକ […] The post ପୂର୍ତ୍ତ ବିଭାଗର ଫାଟକ ସାଜିଛି ଡମ୍ପିୟାର୍ଡ଼: ଦୁର୍ଗନ୍ଧରେ ନାକ ଫାଟୁଛି appeared first on Dharitri Odia News.
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା। ଦାରିଙ୍ଗବାଡିର ପରିବେଶକୁ ସ୍ବଚ୍ଛତା ରଖାଯିବା ପାଇଁ ବ୍ଲକ ପ୍ରଶାସନ ଚେଷ୍ଟା କରିବା ସହ ଅଞ୍ଚଳକୁ ସଫା କରିଥିଲା। ହେଲେ ପୂର୍ବରୁ ଯେଉଁଭଳି ଅବସ୍ଥା ଥିଲା ପୁଣି ସେହି ଅବସ୍ଥାକୁ ଫେରିଛି। ଚାରିଆଡେ କୁଢ଼ କୁଢ଼ ପ୍ଲାଷ୍ଟିକ, ଅଇଁଠା ଖଲିପତ୍ର, ଚା’କପ ପଡ଼ି ପରିବେଶ ଦୂଷିତ ହେବାରେ ଲାଗିଛି। ଦାରିଙ୍ଗବାଡିର ଜାତୀୟରାଜପଥ ତଥା ମୁଖ୍ୟ ବଜାର ଉପରେ ପୂର୍ତ୍ତ ବିଭାଗ ସମେତ ଏକାଧିକ କାର୍ଯ୍ୟଳୟ ରହିଛି। ତେବେ ପୂର୍ତ୍ତ ବିଭାଗର ୨ଟି ଫାଟକ ରହିଥିବାବେଳେ ପୁରୁଣା ଫାଟକ ସମ୍ମୁଖରେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ରାଜପଥରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଦାରିଙ୍ଗବାଡିକୁ ଦୈନିକ ବୁଲିଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
The post ପୂର୍ତ୍ତ ବିଭାଗର ଫାଟକ ସାଜିଛି ଡମ୍ପିୟାର୍ଡ଼: ଦୁର୍ଗନ୍ଧରେ ନାକ ଫାଟୁଛି appeared first on Dharitri Odia News.