ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଚାରି ଆହତ
ଭଞ୍ଜନଗର: ପ୍ରଥମେ ବୋମା ମାଡ଼, ପରେ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତଙ୍କ ଆକ୍ରମଣ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କେଶରା- ରଙ୍ଗlବାଲି ଗାଁ ନିକଟସ୍ଥ କାଳୀମନ୍ଦିର ଛକ ନିକଟରେ। ଆକ୍ରମଣରେ ଚାରି ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ,ପ୍ରସନ ଗୌଡ଼। ସୂଚନା ମୁତାବକ କେଶରା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତି ସୋରଡ଼ାରୁ କାମ ସାରି ନିଜ ଘରକୁ ତିନଟି ବାଇକରେ ଫେରୁଥିବା ସମୟରେ ସେମାନଙ୍କୁ ଛକ ନିକଟରେ ଅଟକାଇଥିଲେ। ପ୍ରଥମେ କଥା କଟା କଟି ଓ ପରେ ଗଣ୍ଡଗୋଳ ପରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ସେମାନେ। ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସେପଟେ ଦୁର୍ବୁତ୍ତମାନେ ଫେରାର ଥିବା ବେଳେ ସୋରଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ଆକ୍ରମଣର କାରଣ ଜଣାପଡ଼ିନଥିଲେବି ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ଅନୁମାନ କରାଯାଉଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଚାରି ଆହତ
ଭଞ୍ଜନଗର: ପ୍ରଥମେ ବୋମା ମାଡ଼, ପରେ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତଙ୍କ ଆକ୍ରମଣ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କେଶରା- ରଙ୍ଗlବାଲି ଗାଁ ନିକଟସ୍ଥ କାଳୀମନ୍ଦିର ଛକ ନିକଟରେ। ଆକ୍ରମଣରେ ଚାରି ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କେଶରା ଗ୍ରାମର ଲକ୍ଷ୍ମଣ ନାହାକ, ସୁରେଶ ପାଣିଗ୍ରାହୀ, କୃଷ୍ଣ ନାହାକ,ପ୍ରସନ ଗୌଡ଼।
ସୂଚନା ମୁତାବକ କେଶରା ଗ୍ରାମର ପାଞ୍ଚ ଜଣ ବ୍ୟକ୍ତି ସୋରଡ଼ାରୁ କାମ ସାରି ନିଜ ଘରକୁ ତିନଟି ବାଇକରେ ଫେରୁଥିବା ସମୟରେ ସେମାନଙ୍କୁ ଛକ ନିକଟରେ ଅଟକାଇଥିଲେ। ପ୍ରଥମେ କଥା କଟା କଟି ଓ ପରେ ଗଣ୍ଡଗୋଳ ପରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ସେମାନେ।
ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସେପଟେ ଦୁର୍ବୁତ୍ତମାନେ ଫେରାର ଥିବା ବେଳେ ସୋରଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ଆକ୍ରମଣର କାରଣ ଜଣାପଡ଼ିନଥିଲେବି ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ଅନୁମାନ କରାଯାଉଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଚାରି ଆହତ