ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୪ ଗୁରୁତର ଆହତ
ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଏଥିରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଘଟଣା ଘଟିଛି ନୟାଗଡ଼ ଟାଉନ୍ ଥାନା ଚଣ୍ଡିବସ୍ତ ଗାଁରେ । ଗୁରୁତରମାନେ ହେଲେ ଚଣ୍ଡିବସ୍ତ ଗାଁର ସୋମନାଥ ପଲେଇ ଏବଂ ତାଙ୍କର ପରିବାର ସଦସ୍ୟ। ସୂଚନା ଅନୁଯାୟୀ, ଗାଁରେ ଶନିମନ୍ଦିର ପୂଜା ପାଇଁ ଆଦାୟ ହୋଇଥିବା ଟଙ୍କାର ହିସାବ କରୁଥିବା ସମୟରେ ସେହି ଗାଁର ଗୋଟିଏ ପରିବାରର ସାରଙ୍ଗ ବିଶ୍ବାଳ, ସମିର ବିଶ୍ବାଳ, ଜୀବନ ବିଶ୍ବାଳ, ଗୁମି ପ୍ରଧାନଙ୍କ ସମେତ କିଛି ଲୋକ ଆସି ପୂଜା ନକରିବା ପାଇଁ ଧମକ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସାରଙ୍ଗ ବିଶ୍ବାଳ ଏବଂ ଅନ୍ୟମାନେ ଏକାଠି ହୋଇ ହଠାତ୍ ସୋମନାଥଙ୍କ ପରିବାର ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ସୋମନାଥ, ତାଙ୍କ ବାପା ବୁଦ୍ଧିଆ ଏବଂ ସୋମନାଥଙ୍କ ଜେଜେମା ଓ ଭାଇ ଆହତ ହୋଇଥିଲେ। ସେମାନଙ୍କୁ ହେଲେ ଆକ୍ରମଣ ଯୋଗୁ ସୋମନାଥ, ବୁଦ୍ଧିଆ ଏବଂ ଜେଜେମା ସୁଶିଳାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇଁ ଟାଉନଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଏଥିରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଘଟଣା ଘଟିଛି ନୟାଗଡ଼ ଟାଉନ୍ ଥାନା ଚଣ୍ଡିବସ୍ତ ଗାଁରେ । ଗୁରୁତରମାନେ ହେଲେ ଚଣ୍ଡିବସ୍ତ ଗାଁର ସୋମନାଥ ପଲେଇ ଏବଂ ତାଙ୍କର ପରିବାର ସଦସ୍ୟ।
ସୂଚନା ଅନୁଯାୟୀ, ଗାଁରେ ଶନିମନ୍ଦିର ପୂଜା ପାଇଁ ଆଦାୟ ହୋଇଥିବା ଟଙ୍କାର ହିସାବ କରୁଥିବା ସମୟରେ ସେହି ଗାଁର ଗୋଟିଏ ପରିବାରର ସାରଙ୍ଗ ବିଶ୍ବାଳ, ସମିର ବିଶ୍ବାଳ, ଜୀବନ ବିଶ୍ବାଳ, ଗୁମି ପ୍ରଧାନଙ୍କ ସମେତ କିଛି ଲୋକ ଆସି ପୂଜା ନକରିବା ପାଇଁ ଧମକ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ସାରଙ୍ଗ ବିଶ୍ବାଳ ଏବଂ ଅନ୍ୟମାନେ ଏକାଠି ହୋଇ ହଠାତ୍ ସୋମନାଥଙ୍କ ପରିବାର ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣରେ ସୋମନାଥ, ତାଙ୍କ ବାପା ବୁଦ୍ଧିଆ ଏବଂ ସୋମନାଥଙ୍କ ଜେଜେମା ଓ ଭାଇ ଆହତ ହୋଇଥିଲେ। ସେମାନଙ୍କୁ ହେଲେ ଆକ୍ରମଣ ଯୋଗୁ ସୋମନାଥ, ବୁଦ୍ଧିଆ ଏବଂ ଜେଜେମା ସୁଶିଳାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇଁ ଟାଉନଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।