ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ
ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର l ଗୁରୁତରଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର । ପୂର୍ବରୁ ଜମିବାଡ଼ିକୁ ନେଇ ଫତେଗଡ଼ ଥାନା କରବର ପଂଚାୟତ ମାଣିତିର ଗାଁର ରାଜକିଶୋର ନାୟକ ଓ ଟୁନିଆ ନାୟକ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା l ଗତକାଲି କୌଣସି କାରଣକୁ ନେଇ ପୁଣି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଟୁନିଆ ନାୟକ ରାଗିଯାଇ […] The post ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ appeared first on KNews Odisha.

ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର l ଗୁରୁତରଙ୍କୁ ଖୋର୍ଦ୍ଧା ସ୍ଥାନାନ୍ତର । ପୂର୍ବରୁ ଜମିବାଡ଼ିକୁ ନେଇ ଫତେଗଡ଼ ଥାନା କରବର ପଂଚାୟତ ମାଣିତିର ଗାଁର ରାଜକିଶୋର ନାୟକ ଓ ଟୁନିଆ ନାୟକ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା l ଗତକାଲି କୌଣସି କାରଣକୁ ନେଇ ପୁଣି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଟୁନିଆ ନାୟକ ରାଗିଯାଇ ଏକ ଠେଙ୍ଗାରେ ରାଜ କିଶୋରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ l ସେଥିରେ ରାଜକିଶୋର, ତାଙ୍କ ସ୍ତ୍ରୀ ନାବାଳିକା ଝିଅ ଓ ନାବାଳକ ପୁଅକୁ ଆକ୍ରମଣ କରିଥିଲା l ନାବାଳିକା ଝିଅର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀର ଅଣ୍ଟାରେ ଆଘାତ ଲାଗିଛି l ରାଜ କିଶୋରଙ୍କ ମୁଣ୍ଡ ଫାଟିଥିବା ବେଳେ ନାବାଳକ ପୁଅ ସାମାନ୍ୟ ଆହତ ହୋଇଛି l ଆହତମାନଙ୍କୁ ସଂଗେ ସଂଗେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ଗୁରୁତର ଥିବାରୁ ନାବାଳିକା ଝିଅ ଓ ମା କୁ ଖୋର୍ଦ୍ଧା ସ୍ଥାନାନ୍ତର କରାଯାଇଛି ।
ଗତକାଲି ସନ୍ଧ୍ୟାରେ ରାଜକିଶୋର ଓ ତାଙ୍କ ନାବାଳକ ପୁଅ ଲିଖିତ ଅଭିଯୋଗ ପାଇଁ ଫତେଗଡ଼ ଥାନାକୁ ଆସିଥିଲେ l ଅଭିଯୋଗ ଅନୁସାରେ ଫତେଗଡ଼ ଥାନା ଅଧିକାରୀ ନାବାଳକ ପୁଅ ଓ ରାଜ କିଶୋରଙ୍କୁ ଅଟକ ରଖିଥିଲେ । ରାତି ପ୍ରାୟ ୧ଟା ୩୦ ସମୟରେ ଛାଡିଥିଲେ l ଆଜି କୌଶଳ କାରଣକୁ ନେଇ ନୟାଗଡ ଏସପି ଫତେଗଡ଼ ଥାନାକୁ ଆସିଥିଲେ । ନାବାଳକ ପୁଅ ଯାଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲା । ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଫତେଗଡ଼ ଆଇଆଇସିଙ୍କୁ ଖୋର୍ଦ୍ଧା ପଠାଇ ଥିବା ସୂଚନା ମିଳିଛି ।…
The post ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ appeared first on KNews Odisha.