ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର
ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର କିଶୋର ଜେନା(୩୨) ଓ ଅଭିନ୍ନ ଜେନା (୩୦) ଦୁଇ ପରିବାର ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଥିଲା l ମଙ୍ଗଳବାର ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା l ପରେ ଉଭୟ ପରସ୍ପରକୁ ହତିଆରରେ ଆକ୍ରମଣ କରିଥିଲେ l ଖବର ପାଇ ଆଗରପଡା ଥାନା […] The post ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର appeared first on Dharitri Odia News.
ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର କିଶୋର ଜେନା(୩୨) ଓ ଅଭିନ୍ନ ଜେନା (୩୦) ଦୁଇ ପରିବାର ମଧ୍ୟରେ ପୂର୍ବରୁ ପାରିବାରିକ ଶତ୍ରୁତା ଥିଲା l ମଙ୍ଗଳବାର ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା l ପରେ ଉଭୟ ପରସ୍ପରକୁ ହତିଆରରେ ଆକ୍ରମଣ କରିଥିଲେ l
ଖବର ପାଇ ଆଗରପଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ପତି ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୁରୁତରକୁ ଉଦ୍ଧାର କରି ପୋଲିସ ଗାଡିରେ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l
ସୂଚନା ଯୋଗ୍ୟ, ଅଭିନ୍ନ କିଛି ଦିନ ତଳେ ଗୋଟେ ଛେଳିକୁ ହାଣି ଜେଲ ଯାଇଥିଲେ l ପରେ କୋର୍ଟରୁ ଜାମିନରେ ଆସିଛନ୍ତି l
The post ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର appeared first on Dharitri Odia News.