ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ…
ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ‘ଯୁବଶକ୍ତି ସମାବେଶ’ ଅନୁଷ୍ଠିତ ହୋଇଥିଲା। ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାବେଶରେ ଛାତ୍ରୀଛାତ୍ରଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ଗଞ୍ଜାମ ମାଟି ପାଇଁ ଆଜି ପବିତ୍ରର ଦିନ। ଗଞ୍ଜାମର ଯୁବଶକ୍ତି ସବୁଠୁ ଆଗରେ। କଳା, ସାହିତ୍ୟ, […] The post ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ… appeared first on Dharitri Odia News.
ଆସିକା,୨୩ା୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସୋମବାର ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ‘ଯୁବଶକ୍ତି ସମାବେଶ’ ଅନୁଷ୍ଠିତ ହୋଇଥିଲା। ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାବେଶରେ ଛାତ୍ରୀଛାତ୍ରଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ଗଞ୍ଜାମ ମାଟି ପାଇଁ ଆଜି ପବିତ୍ରର ଦିନ। ଗଞ୍ଜାମର ଯୁବଶକ୍ତି ସବୁଠୁ ଆଗରେ। କଳା, ସାହିତ୍ୟ, ସଂସ୍କୃତି ପାଇଁ ଗଞ୍ଜାମର ସ୍ବତନ୍ତ୍ର ପରିଚୟ ରହିଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗଞ୍ଜାମର ପ୍ରମୁଖ ଭୂମିକା ଥିଲା। କବି ସମ୍ରାଟ ଉପେନ୍ଦ୍ରଙ୍କ ସ୍ମରଣ ବିନା ଜିଲାରେ କୌଣସି କାର୍ଯ୍ୟ ସଫଳ ହୁଏ ନାହିଁ। ଟ୍ରିପଲ ଇଞ୍ଜିନ ସରକାର ଗଞ୍ଜାମରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଥିବା ଯୋଗୁ ସେ ଆମେରିକା ନ ଯାଇ ଓଡ଼ିଶା ଆସିଥିଲେ। ବିଗତ ସରକାର ପ୍ରାଥମିକ ଶିକ୍ଷାକୁ ଅବହେଳା କରୁଥିଲେ। କିନ୍ତୁ ଆମ ସରକାର ଆସିବା ପରେ ଶିକ୍ଷାର ଉନ୍ନତି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ନୂତନ ଶିକ୍ଷାନୀତି ଲାଗୁ ହୋଇଛି। ଓଡ଼ିଶାର ଯୁବପିଢ଼ି ବିଶ୍ୱରେ କିଭଳି ନିଜର ଦକ୍ଷତା ପ୍ରଦର୍ଶନ କରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ୩୧୪ଟି ନୂତନ ଷ୍ଟାଡିୟମ ନିର୍ମାଣ ହେବ। ଏଥିପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ ହେବ। ନୂତନ ସରକାରୀ ନିଯୁକ୍ତି ପ୍ରତି ଗୁରୁତ୍ୱ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଛି ପୂର୍ବତନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସିଧା ଟାର୍ଗେଟ କରିଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମ ଜିଲାବାସୀ ବିଶ୍ୱାସ ୨୪ ବର୍ଷ ଶାସନ କ୍ଷମତାରେ ବସାଇଲେ। ଜିଲା ଓ ରାଜ୍ୟବାସୀଙ୍କୁ କିଛି ଲାଭ ମିଳିଲା ନାହିଁ। ବରଂ କିଛି ଦକ୍ଷିଣ ଭାରତୀୟ ଆସି ସବୁ ଲୁଟିନେଲେ। ଗଞ୍ଜାମର ଯୁବଶକ୍ତି ସବୁଠୁ ଆଗରେ। ଗଞ୍ଜାମ ଜିଲାର ବିକାଶ ପାଇଁ ଆମ ସରକାର ସର୍ବାଧିକ ଗୁରୁତ୍ ଦେଉଛନ୍ତି। ଆଜି ୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆଗାମୀ ଦିନରେ ତାହାର ସୁଫଳ ଜିଲାବାସୀ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ସଭାରେ କହିଥିଲେ। ମୁଖ୍ୟମନ୍ତ୍ରୀ ଆଜି ହେଲିକପ୍ଟରରେ ଆସିବାର ଥିଲା। କିନ୍ତୁ ପାଗ ଖରାପ ଯୋଗୁ କାର୍ ଯୋଗେ ଆସି ସଭାରେ ସାଢ଼େ ୧୧ଟାରେ ପହଞ୍ଚିଥିଲେ। ଏହାପୂର୍ବରୁ ଛାତ୍ରୀଛାତ୍ରଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାରମ୍ପରିକ ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଜିଲାର ବିଭିନ୍ନ କଲେଜରୁ ହଜାର ହଜାର ଛାତ୍ରୀଛାତ୍ର ସମାବେଶରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ତଥା ଯୁବସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଆସିକା ଏମ୍ପି ଅନିତା ଶୁଭଦର୍ଶନୀ ପଟ୍ଟନାୟକ, କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ, ବ୍ରହ୍ମପୁର ଏମ୍ପି ଡ. ପ୍ରଦୀପ ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସଭାସ୍ଥଳରେ ଜିଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆସିକା ମା’ ଖମ୍ବେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ।
The post ପୂର୍ବ ସରକାରଙ୍କୁ ସିଧା ସିଧା ଏମିତି ଶୁଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ୨୪ ବର୍ଷ ଶାସନ ଭିତରେ… appeared first on Dharitri Odia News.