ପୂର୍ବ ସ୍ଵାମୀ ମୋର ଧର୍ମ ପରିବର୍ତ୍ତନ କରାଇଥିଲେ, କହିଲେ-ମୁଁ ସନାତନ ଧର୍ମକୁ ଆସି ବହୁତ ଖୁସି

ମୁମ୍ଵାଇ ୨୪।୧୦; ଟିଭି ଅଭିନେତ୍ରୀ ଚାହତ ଖନ୍ନା। ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଲାଇମ୍‌ଲାଇଟରେ ରହିଆସିଛନ୍ତି । ସେ ବର୍ତ୍ତମାନ ତାଙ୍କ ଦୁଇ ଝିଅଙ୍କ ସହ ଜୀବନ ବିତାଉଛନ୍ତି। ସେ ଦୁଇଥର ବିବାହ କରିଥିଲେ ଏବଂ ତାଙ୍କର ଉଭୟ ବିବାହ ବିଫଳ ହୋଇଥିଲା। ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥିଲେ । ଚାହତ୍ ଦ୍ୱିତୀୟ ବିବାହ ପରେ ଇସଲାମ ଗ୍ରହଣ କରିଥିଲେ। ବର୍ତ୍ତମାନ ଚାହତ ଇସଲାମ ଗ୍ରହଣ କରିବା ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ତାଙ୍କର କିପରି ବ୍ରେନ ୱାଶ ହୋଇଥିଲା ସେ ନେଇ କହିଛନ୍ତି।ଚାହତ ଏକ ସାକ୍ଷାତକାରରେ ବିବାହ ପରେ ଇସଲାମ ଧର୍ମ ଗ୍ରହଣ କରିବା ବିଷୟରେ କହିଥିଲେ। ଚାହତଙ୍କ ପ୍ରଥମ ବିବାହ ଭାରତ ନରସିଂହାନୀଙ୍କ ସହ ହୋଇଥିଲା। ଏହି ବିବାହ ନିଯ୍ୟାତନା ଥିଲା । ଯେଉଁଥିପାଇଁ ସେମାନେ ଏକ ବର୍ଷ ପରେ ଅଲଗା ହୋଇଥିଲେ । ଏହା ପରେ ସେ ଲେଖକ ଶାହାରୁଖ ମିର୍ଜାଙ୍କ ପୁଅ ଫରହାନଙ୍କୁ ବିବାହ କରିଥିଲେ। ଏହି ବିବାହରୁ ଚାହତଙ୍କର ଦୁଇଟି ଝିଅ ଅଛନ୍ତି କିନ୍ତୁ ଏହି ବିବାହ ମଧ୍ୟ ବେଶୀ ଦିନ ତିଷ୍ଠି ନଥିଲା।ଚାହତ ସାକ୍ଷାତକାରରେ କହିଛନ୍ତି ଯେ 'ଇସଲାମ ଗ୍ରହଣ କରିବାରେ ତାଙ୍କର କୌଣସି ଦୁଃଖ ନାହିଁ କିନ୍ତୁ ସେ ସନାତନ ଧର୍ମକୁ ଫେରି ବହୁତ ଖୁସି ଅଛନ୍ତି। ବିବାହ ପରେ ସେ ଇସଲାମ ବିଷୟରେ ଅନେକ କଥା ଜାଣିଥିଲେ। ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ମିଳିଲା । ଯେତେବେଳେ ଚାହତଙ୍କୁ ଧର୍ମ ପରିବର୍ତ୍ତନ କରିବାର କାରଣ ପଚରାଗଲା,

ପୂର୍ବ ସ୍ଵାମୀ ମୋର ଧର୍ମ ପରିବର୍ତ୍ତନ କରାଇଥିଲେ, କହିଲେ-ମୁଁ ସନାତନ ଧର୍ମକୁ ଆସି ବହୁତ ଖୁସି

ମୁମ୍ଵାଇ ୨୪।୧୦; ଟିଭି ଅଭିନେତ୍ରୀ ଚାହତ ଖନ୍ନା। ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଲାଇମ୍‌ଲାଇଟରେ ରହିଆସିଛନ୍ତି । ସେ ବର୍ତ୍ତମାନ ତାଙ୍କ ଦୁଇ ଝିଅଙ୍କ ସହ ଜୀବନ ବିତାଉଛନ୍ତି। ସେ ଦୁଇଥର ବିବାହ କରିଥିଲେ ଏବଂ ତାଙ୍କର ଉଭୟ ବିବାହ ବିଫଳ ହୋଇଥିଲା। ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥିଲେ । ଚାହତ୍ ଦ୍ୱିତୀୟ ବିବାହ ପରେ ଇସଲାମ ଗ୍ରହଣ କରିଥିଲେ। ବର୍ତ୍ତମାନ ଚାହତ ଇସଲାମ ଗ୍ରହଣ କରିବା ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ତାଙ୍କର କିପରି ବ୍ରେନ ୱାଶ ହୋଇଥିଲା ସେ ନେଇ କହିଛନ୍ତି।

ଚାହତ ଏକ ସାକ୍ଷାତକାରରେ ବିବାହ ପରେ ଇସଲାମ ଧର୍ମ ଗ୍ରହଣ କରିବା ବିଷୟରେ କହିଥିଲେ। ଚାହତଙ୍କ ପ୍ରଥମ ବିବାହ ଭାରତ ନରସିଂହାନୀଙ୍କ ସହ ହୋଇଥିଲା। ଏହି ବିବାହ ନିଯ୍ୟାତନା ଥିଲା । ଯେଉଁଥିପାଇଁ ସେମାନେ ଏକ ବର୍ଷ ପରେ ଅଲଗା ହୋଇଥିଲେ । ଏହା ପରେ ସେ ଲେଖକ ଶାହାରୁଖ ମିର୍ଜାଙ୍କ ପୁଅ ଫରହାନଙ୍କୁ ବିବାହ କରିଥିଲେ। ଏହି ବିବାହରୁ ଚାହତଙ୍କର ଦୁଇଟି ଝିଅ ଅଛନ୍ତି କିନ୍ତୁ ଏହି ବିବାହ ମଧ୍ୟ ବେଶୀ ଦିନ ତିଷ୍ଠି ନଥିଲା।

ଚାହତ ସାକ୍ଷାତକାରରେ କହିଛନ୍ତି ଯେ 'ଇସଲାମ ଗ୍ରହଣ କରିବାରେ ତାଙ୍କର କୌଣସି ଦୁଃଖ ନାହିଁ କିନ୍ତୁ ସେ ସନାତନ ଧର୍ମକୁ ଫେରି ବହୁତ ଖୁସି ଅଛନ୍ତି। ବିବାହ ପରେ ସେ ଇସଲାମ ବିଷୟରେ ଅନେକ କଥା ଜାଣିଥିଲେ। ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ମିଳିଲା । ଯେତେବେଳେ ଚାହତଙ୍କୁ ଧର୍ମ ପରିବର୍ତ୍ତନ କରିବାର କାରଣ ପଚରାଗଲା, ସେତେବେଳେ ସେ କହିଥିଲେ ଯେ ସେ ଅସୁରକ୍ଷିତ। 

ଏହି କାରଣରୁ ସେ ଦ୍ୱନ୍ଦ୍ୱରେ ପଡ଼ିଗଲେ । କିନ୍ତୁ ଇସଲାମ ଗ୍ରହଣ କରିବାରେ ତାଙ୍କର କୌଣସି ଦୁଃଖ ନାହିଁ। ଯେତେବେଳେ ଚାହତଙ୍କର ବ୍ରେନୱାଶ ବିଷୟରେ ପଚରାଗଲା, ସେ କହିଥିଲେ- 'ମୁଁ ଜାଣେ ନାହିଁ ଏହା କ’ଣ, କିନ୍ତୁ ମୁଁ କହିବି ଧନ୍ୟବାଦ ମୁଁ ଘରକୁ ଫେରିଗଲି । ଚାହତ ଆହୁରି କହିଛନ୍ତି- 'ମୋତେ ମୋର ଭଗବାନଙ୍କୁ ପୂଜା ନକରିବାକୁ କୁହାଯାଇଥିଲା। ଏହା ସଠିକ୍ ଉପାୟ ନଥିଲା । ବର୍ତ୍ତମାନ ମୁଁ ଜାଣେ କେଉଁଟି ଠିକ୍ ଏବଂ କେଉଁଟି ଭୁଲ୍ ।