ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ ଥିଲା ସେ ନିଜ ସମୟର ଜବରଦସ୍ତ ବ୍ୟାଟ୍ସମ୍ୟାନ୍‌ ଥିଲେ। ୨୦୧୨ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଏହି କ୍ରିକେଟର ନିଜ କ୍ୟାରିୟରରେ ୭୧ ଅନ୍ତରାଷ୍ଟ୍ରୀୟ ଶତକ ମାରିଥିଲେ। ସେଥିରେ ୪୧ ଟେଷ୍ଟ ଶତକ ଥିଲା। ତେବେ ଏବେ ଖେଳାଳି ଭାବେ ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି ପଣ୍ଟିଂ। ଆଜି ବି […] The post ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ… appeared first on Dharitri Odia News.

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ ଥିଲା ସେ ନିଜ ସମୟର ଜବରଦସ୍ତ ବ୍ୟାଟ୍ସମ୍ୟାନ୍‌ ଥିଲେ। ୨୦୧୨ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଏହି କ୍ରିକେଟର ନିଜ କ୍ୟାରିୟରରେ ୭୧ ଅନ୍ତରାଷ୍ଟ୍ରୀୟ ଶତକ ମାରିଥିଲେ। ସେଥିରେ ୪୧ ଟେଷ୍ଟ ଶତକ ଥିଲା। ତେବେ ଏବେ ଖେଳାଳି ଭାବେ ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି ପଣ୍ଟିଂ। ଆଜି ବି ନିଜ ଘରେ ଶତକ ମାରିଥିବା ପ୍ରତିଟି ବ୍ୟାଟ୍‌କୁ ସମ୍ଭାଳି ରଖିଥିବା ସେ କହିଛନ୍ତି। ଏପରିକି ବ୍ୟାଟ୍‌ରେ ସେ ବିରୋଧି ଦଳର ନାମ ସହ ନିଜର ସ୍କୋର ମଧ୍ୟ ଲେଖିଥିବା ପ୍ରକାଶ କରିଛନ୍ତି।

ଯୁବ କ୍ରିକେଟରଙ୍କୁ କିଟ୍‌ ଦେବାକୁ ‘ଡିପି ଓ୍ବାଲ୍ଡ ବିୟୋଣ୍ଡ ବାଉଣ୍ଡ୍ରିଜ୍‌’ ଅଭିଯାନ ଅବସରରେ ରିକି କହିଛନ୍ତି, ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମୋ ଘରେ ମୋର ପ୍ରଥମ ବ୍ୟାଟ୍‌ ଆଜି ବି ଅଛି। ସେଥିରେ କ୍ରିକେଟରଙ୍କ ଫଟୋ ଅଛି। ଆମ ଘରେ ପ୍ରାୟ ୧ ହଜାର ବ୍ୟାଟ୍‌ ରହିଛି। ଯେଉଁ ବି ବ୍ୟାଟ୍‌ରେ ମୁଁ ଶତକ ମାରିଛି, ତାହା ମୋ ପାଖରେ ଅଛି। ସେଥିରେ ମୁଁ ନିଜର ସ୍କୋର ସହ ବିରୋଧି ଟିମ୍‌ର ନାମ ମଧ୍ୟ ଲେଖିଥିବା ସେ କହିଛନ୍ତି। ତେବେ ସ୍ମରଣୀୟ ଇନିଂସ ମଧ୍ୟରେ ଭାରତ ବିପକ୍ଷରେ ୨୦୦୩ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ମାରିଥିବା ଅପରାଜିତ ୧୪୦ ରନ୍‌ ସାମିଲ ଅଛି।

The post ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ… appeared first on Dharitri Odia News.