ପୂର୍ବତନ ଇଡି ଅଫିସରଙ୍କୁ ୩ବର୍ଷର ଜେଲଦଣ୍ଡ , ୫.୫ ଲକ୍ଷ ଟଙ୍କାର ଜୋରିମନା

ବେଙ୍ଗାଲୁରୁ  -କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସିବିଆଇ କୋର୍ଟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ପୂର୍ବତନ ଅଧିକାରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ କୋର୍ଟ ସେହି ଅଭିଯୁକ୍ତ ପୂର୍ବତନ ଅଧିକାରୀଙ୍କ ଉପରେ ସାଢେ ପାଞ୍ଚ ଲକ୍ଷ ଟଙ୍କାର ଜୋରିମନା ମଧ୍ୟ ଲଗାଇଛନ୍ତି। କୋର୍ଟ ବେଙ୍ଗାଲୁରୁ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଇଡିର ତତ୍କାଳୀନ ପ୍ରବର୍ତ୍ତନ ଅଧିକାରୀ ଲଳିତ ବଜାଜଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଏହି ସଜା ଶୁଣାଇଛନ୍ତି।ଲଳିତ ବଜାଜ କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ଅଧିକାରୀ ଥିଲେ , ସେ ଚେନ୍ନାଇରେ ନିଯୁକ୍ତ ଥିଲେ ଏବଂ ଇଡିରେ ଡେପୁଟେସନରେ ଥିଲେ। ସିବିଆଇର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ତାଙ୍କୁ ଜଣେ ବ୍ୟକ୍ତିଗତ ଅଭିଯୋଗକାରୀଙ୍କ ଠାରୁ ଅବୈଧ ଭାବେ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ମାଗିବା ଓ ନେବା ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯାଇଛି। ବାଜାଜଙ୍କ ଉପରେ ଅଭିଯୋଗ ଯେ, ସେ ଜଣେ ବ୍ୟବସାୟୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଫସାଇ ତାଙ୍କ ବ୍ୟବସାୟ ଓ ପ୍ରତିଷ୍ଠାକୁ ବେଆଇନ କ୍ଷତି ପହଞ୍ଚାଇବା ପାଇଁ ଧମକ ଦେବା ଓ ବଦଳରେ ୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିବାର ଅଭିଯୋଗ ରହିଛି।ପରେ ଏହି ମାମଲା ସିବିଆଇକୁ ପ୍ରଦାନ କରାଯାଇ ଥିଲା , ଯିଏକି ତଦନ୍ତରେ ବଜାଜଙ୍କ ବିରୋଧରେ

ପୂର୍ବତନ ଇଡି ଅଫିସରଙ୍କୁ ୩ବର୍ଷର ଜେଲଦଣ୍ଡ , ୫.୫ ଲକ୍ଷ ଟଙ୍କାର ଜୋରିମନା

ବେଙ୍ଗାଲୁରୁ  -କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସିବିଆଇ କୋର୍ଟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ପୂର୍ବତନ ଅଧିକାରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ତିନି ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ କୋର୍ଟ ସେହି ଅଭିଯୁକ୍ତ ପୂର୍ବତନ ଅଧିକାରୀଙ୍କ ଉପରେ ସାଢେ ପାଞ୍ଚ ଲକ୍ଷ ଟଙ୍କାର ଜୋରିମନା ମଧ୍ୟ ଲଗାଇଛନ୍ତି। କୋର୍ଟ ବେଙ୍ଗାଲୁରୁ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଇଡିର ତତ୍କାଳୀନ ପ୍ରବର୍ତ୍ତନ ଅଧିକାରୀ ଲଳିତ ବଜାଜଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଏହି ସଜା ଶୁଣାଇଛନ୍ତି।

ଲଳିତ ବଜାଜ କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗର ଅଧିକାରୀ ଥିଲେ , ସେ ଚେନ୍ନାଇରେ ନିଯୁକ୍ତ ଥିଲେ ଏବଂ ଇଡିରେ ଡେପୁଟେସନରେ ଥିଲେ। ସିବିଆଇର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ତାଙ୍କୁ ଜଣେ ବ୍ୟକ୍ତିଗତ ଅଭିଯୋଗକାରୀଙ୍କ ଠାରୁ ଅବୈଧ ଭାବେ ପାଞ୍ଚ ଲକ୍ଷ ଟଙ୍କାର ଲାଞ୍ଚ ମାଗିବା ଓ ନେବା ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯାଇଛି। ବାଜାଜଙ୍କ ଉପରେ ଅଭିଯୋଗ ଯେ, ସେ ଜଣେ ବ୍ୟବସାୟୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଫସାଇ ତାଙ୍କ ବ୍ୟବସାୟ ଓ ପ୍ରତିଷ୍ଠାକୁ ବେଆଇନ କ୍ଷତି ପହଞ୍ଚାଇବା ପାଇଁ ଧମକ ଦେବା ଓ ବଦଳରେ ୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିବାର ଅଭିଯୋଗ ରହିଛି।

ପରେ ଏହି ମାମଲା ସିବିଆଇକୁ ପ୍ରଦାନ କରାଯାଇ ଥିଲା , ଯିଏକି ତଦନ୍ତରେ ବଜାଜଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ସତ୍ୟ ବୋଲି ଜାଣିପାରି ଥିଲେ।