ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ
ଫୁଲବାଣୀ,୯।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା କରାଯାଇିଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ମୃତଦେହ ପଡିରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରି ନାହିଁ। ମୃତକ ହେଲେ ଲୁଇସିଂ ପଞ୍ଚାୟତ ଗୁମାନଦଣି ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ଦାହିରା କହଁର ଓ ତାଙ୍କ ସ୍ତ୍ରୀ। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ […] The post ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ appeared first on Dharitri Odia News.
ଫୁଲବାଣୀ,୯।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା କରାଯାଇିଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ମୃତଦେହ ପଡିରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରି ନାହିଁ। ମୃତକ ହେଲେ ଲୁଇସିଂ ପଞ୍ଚାୟତ ଗୁମାନଦଣି ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ଦାହିରା କହଁର ଓ ତାଙ୍କ ସ୍ତ୍ରୀ।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ସଲାଗୁଡା ପଞ୍ଚାୟତ ଗାଡିପଦର ନିକଟସ୍ଥ କାସେରୁ ଜଙ୍ଗଲ ଭିତରେ ଉଭୟଙ୍କ ମୃତଦେହ ପଡିଥିବା ନେଇ ପରିବାର ଲୋକେ ସୂଚନାପାଇଥିଲେ। ଏହାପରେ ସେମାନେ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କୁ ଖବର ଦେଇଥିଲେ। ସରପଞ୍ଚ ପୋଲିସକୁ ଏ ନେଇ ଜଣାଇ ଥିଲେ। ତେବେ ଅତ୍ୟନ୍ତ ଦୁର୍ଗମ ତଥା ମାଓଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ପୋଲିସ ସେଠାକୁ ଯାଇ ପାରି ନାହିଁ।
ଦାହିରା ୨୦୧୨ରେ ଓ୍ବାର୍ଡ ମେମ୍ବର ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ୨୦୧୭ରେ ଓ୍ବାର୍ଡ ମେମ୍ବରଥିଲେ। ତେବେ ସେମାନଙ୍କୁ କିଏ କାହିଁକି ହତ୍ୟା କରିଛି, ସେ ସମ୍ପର୍କରେ କିଛି ଜଣା ପଡିନାହିଁ। ଏହା ମାଓବାଦୀଙ୍କ କାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ଘଟଣାସ୍ଥଳରେ କୌଣସି ମାଓ ପୋଷ୍ଟର କିମ୍ବା ଲିଫଲେଟ ମିଳିନାହିଁ। ଅପରପକ୍ଷରେ ଏହା ବ୍ୟକ୍ତିଗତ ଗଣ୍ଡଗୋଳ କାରଣରୁ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି।
କିଛି ଦିନ ତଳେ ନୂଆକରି ଖୋଲିଥିବା ବଦାପାଜୁ ବିଏସ୍ଏଫ କ୍ୟାମ୍ପରୁ ମାତ୍ର ୩ କିମି ଦୂରରେ ଏହି ଘଟଣା ଘଟିଛି। ଏ ନେଇ ସୂଚନା ମିଳିଥିବା କହିଛନ୍ତି ଗୋଚ୍ଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା।
The post ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ appeared first on Dharitri Odia News.