ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍, ୧୯୮୪ ଶିଖ ଦଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ରାୟ
ନୂଆଦିଲ୍ଲୀ: ୧୯୮୪ ଶିଖ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ । ଶିଖ ଦଙ୍ଗା ମାମଲାର ଫେବ୍ରୁଆରୀ ୨୧ରେ ହୋଇଥିବା ପୂର୍ବ ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଏହା ପୂର୍ବରୁ ଫେବ୍ରୁଆରୀ ୧୨ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ କୋର୍ଟ ତିହାର ସେଣ୍ଟ୍ରାଲ୍ ଜେଲ୍ ଅଧିକାରୀଙ୍କୁ ସଜ୍ଜନ କୁମାରଙ୍କ ମାନସିକ ଏବଂ ମନୋବୈଜ୍ଞାନିକ ମୂଲ୍ୟାଙ୍କନ ରିପୋର୍ଟ ମାଗିଥିଲେ କାରଣ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ମାମଲାରେ ପୂର୍ବରୁ ଏପରି ରିପୋର୍ଟ ମାଗିଥିଲେ । ଆଜି ରାଉଜ ଏଭେନ୍ୟୁ କୋର୍ଟ ରାୟ ଶୁଣାଇ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଆବେଦନକାରୀଙ୍କ ପକ୍ଷରୁ ସଜ୍ଜନଙ୍କୁ ଫାଶୀ ଦେବା ପାଇଁ ଦାବି କରାଯାଇଥିଲା । ଏହି ମାମଲା ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ ସରସ୍ୱତୀ ବିହାର ଅଞ୍ଚଳରେ ପିତା-ପୁତ୍ରଙ୍କ ହତ୍ୟା ସହିତ ଜଡିତ ।ଦଙ୍ଗା ସମୟରେ ସରସ୍ୱତୀ ବିହାରର ଜସବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ୧୯୮୪ ନଭେମ୍ବର ୧ରେ ହତ୍ୟା କରାଯାଇଥିଲା । ଏହି ସମୟରେ ସଜ୍ଜନ କୁମାର ବାହ୍ୟ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ । ବର୍ତ୍ତମାନ ସେ ଦଙ୍ଗା ସହିତ ଜଡିତ ଅନ୍ୟ ଏକ ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି ଏବଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।ପୀଡ଼ିତା ଅଭିଯୋଗ କରିଥିଲେ ଯେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ
ନୂଆଦିଲ୍ଲୀ: ୧୯୮୪ ଶିଖ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ । ଶିଖ ଦଙ୍ଗା ମାମଲାର ଫେବ୍ରୁଆରୀ ୨୧ରେ ହୋଇଥିବା ପୂର୍ବ ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଏହା ପୂର୍ବରୁ ଫେବ୍ରୁଆରୀ ୧୨ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ କୋର୍ଟ ତିହାର ସେଣ୍ଟ୍ରାଲ୍ ଜେଲ୍ ଅଧିକାରୀଙ୍କୁ ସଜ୍ଜନ କୁମାରଙ୍କ ମାନସିକ ଏବଂ ମନୋବୈଜ୍ଞାନିକ ମୂଲ୍ୟାଙ୍କନ ରିପୋର୍ଟ ମାଗିଥିଲେ କାରଣ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ମାମଲାରେ ପୂର୍ବରୁ ଏପରି ରିପୋର୍ଟ ମାଗିଥିଲେ ।
ଆଜି ରାଉଜ ଏଭେନ୍ୟୁ କୋର୍ଟ ରାୟ ଶୁଣାଇ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଆବେଦନକାରୀଙ୍କ ପକ୍ଷରୁ ସଜ୍ଜନଙ୍କୁ ଫାଶୀ ଦେବା ପାଇଁ ଦାବି କରାଯାଇଥିଲା । ଏହି ମାମଲା ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ ସରସ୍ୱତୀ ବିହାର ଅଞ୍ଚଳରେ ପିତା-ପୁତ୍ରଙ୍କ ହତ୍ୟା ସହିତ ଜଡିତ ।
ଦଙ୍ଗା ସମୟରେ ସରସ୍ୱତୀ ବିହାରର ଜସବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ୧୯୮୪ ନଭେମ୍ବର ୧ରେ ହତ୍ୟା କରାଯାଇଥିଲା । ଏହି ସମୟରେ ସଜ୍ଜନ କୁମାର ବାହ୍ୟ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଥିଲେ । ବର୍ତ୍ତମାନ ସେ ଦଙ୍ଗା ସହିତ ଜଡିତ ଅନ୍ୟ ଏକ ମାମଲାରେ ତିହାର ଜେଲରେ ବନ୍ଦୀ ଅଛନ୍ତି ଏବଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।
ପୀଡ଼ିତା ଅଭିଯୋଗ କରିଥିଲେ ଯେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସମୟରେ ସଜ୍ଜନ କୁମାରଙ୍କ ଦ୍ୱାରା ପ୍ରରୋଚିତ ଭିଡ଼ ଆକ୍ରମଣରେ ତାଙ୍କ ସ୍ୱାମୀ ଏବଂ ପୁଅଙ୍କୁ ହତ୍ୟା କରାଯାଇଥିଲା । ଅଭିଯୋଗକାରୀଙ୍କ ଓକିଲ ଏଚ୍ଏସ୍ ଫୁଲକା କହିଛନ୍ତି ଯେ ଅଭିଯୁକ୍ତ ଭିଡ଼ର ନେତା ଭାବରେ ଅନ୍ୟମାନଙ୍କୁ ନରସଂହାର ଏବଂ ନିର୍ମମ ହତ୍ୟା କରିବାକ ପାଇଁ ପ୍ରବର୍ତ୍ତାଇଥିଲେ । ଏଚ୍ଏସ୍ ଫୁଲକା କହିଛନ୍ତି ଯେ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ରାଜ ନଗର ଅଞ୍ଚଳରେ ହୋଇଥିବା ଦଙ୍ଗା ସହିତ ଜଡିତ ଅନ୍ୟ ଏକ ମାମଲାରେ ପାଞ୍ଚଟି ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି ।