ପୂର୍ବତନ ବିଡିଓଙ୍କୁ ଜେଲ୍‌ ଦଣ୍ଡ, ମିଥ୍ୟା ବିଲ୍ କରି ଆତ୍ମସାତ କରିଥିଲେ ସରକାରୀ ଟଙ୍କା

ଜୟପୁର: ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ନାରାୟଣପାଟଣା ବ୍ଳକର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଜେଲଦଣ୍ଡ। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ବିଡିଓକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଥାଉକି, ନାରାୟଣପାଟଣା ବ୍ଳକର ବିଡିଓ ଥିବା ସମୟରେ କେନାଲ ନିର୍ମାଣ ନକରି ମିଥ୍ୟା ବିଲରେ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ ହୋଇଥିଲେ ତତ୍କାଳୀନ ବିଡିଓ ରମେଶ ଚନ୍ଦ୍ର ସାହୁ । ଅଭିଯୋଗ ଅନୁସାରେ ପ୍ରାୟ ୩ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଆତ୍ମସାତ କରିଥିଲେ ତତ୍କାଳୀନ ବିଡିଓ। ଏହି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଶୁଣାଣିଛନ୍ତି। 

ପୂର୍ବତନ ବିଡିଓଙ୍କୁ ଜେଲ୍‌ ଦଣ୍ଡ, ମିଥ୍ୟା ବିଲ୍ କରି ଆତ୍ମସାତ କରିଥିଲେ ସରକାରୀ ଟଙ୍କା

ଜୟପୁର: ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ନାରାୟଣପାଟଣା ବ୍ଳକର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଜେଲଦଣ୍ଡ। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ବିଡିଓକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। 

ସୂଚନାଥାଉକି, ନାରାୟଣପାଟଣା ବ୍ଳକର ବିଡିଓ ଥିବା ସମୟରେ କେନାଲ ନିର୍ମାଣ ନକରି ମିଥ୍ୟା ବିଲରେ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ ହୋଇଥିଲେ ତତ୍କାଳୀନ ବିଡିଓ ରମେଶ ଚନ୍ଦ୍ର ସାହୁ । ଅଭିଯୋଗ ଅନୁସାରେ ପ୍ରାୟ ୩ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ଆତ୍ମସାତ କରିଥିଲେ ତତ୍କାଳୀନ ବିଡିଓ। ଏହି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଶୁଣାଣିଛନ୍ତି।