ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବିଧାୟକ ଜୟନାରାୟଣ ମହାନ୍ତି ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ।

ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୃ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଜୟନାରାୟଣ ଭୁବନେଶ୍ୱର ଏମସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ। ସେ ଜଣେ କଂଗ୍ରେସର ଟାଣୁ ନେତା ଥିଲେ। ପରବର୍ତ୍ତୀ ସମୟରେ ୨୦୧୯ରେ ସେ ବିଜେପିରେ ସାମିଲ ହୋଇଥିଲେ। ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ସେ ବିଜେପରୁ ପ୍ରାର୍ଥୀ ହୋଇଥିଲେ। ୧୯୪୮ ମସିହାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ।