ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କର ପରଲୋକ
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝିଙ୍କର ଗତରାତିରେ ପରଲୋକ ହୋଇଛି । ଅସୁସ୍ଥତା ହେତୁ ଭୁବନେଶ୍ୱର ଏମ୍ସରେ ସେ ଚିକିତ୍ସାଧୀନ ଥିଲେ । ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ୨୦୦୮ ମସିହା ଲକ୍ଷ୍ମୀପୁର ଉପନିର୍ବାଚନରେ ସେ କଂଗ୍ରେସ ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।