ପୂର୍ବତନ ବିଧାୟକଙ୍କ ନାମରେ ଜଙ୍ଗଲ କିସମ ଜମି ଦଖଲ ମାମଲା । ଅଭିଯୋଗକୁ ଖଣ୍ଡନ କଲେ ପ୍ରଣବ ବଳବନ୍ତରାୟ
କନକ ବ୍ୟୁରୋ : ପୂର୍ବତନ ବିଧାୟକଙ୍କ ନାଁରେ ଜଙ୍ଗଲ କିସମ ଜମି ଦଖଲ ମାମଲା। ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଣବ ବଳବନ୍ତରାୟ। କୌଣସି ବେଆଇନ ଦଖଲ କରିନଥିବା କହିଛନ୍ତି ପ୍ରଣବ। ଜଙ୍ଗଲ କିସମ ଜମି ଜବଦଖଲ ଅଭିଯୋଗରେ ମାମଲାରେ ନିଜର ପକ୍ଷ ରଖିଛନ୍ତି ଧର୍ମଶାଳା ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ଆଲୋକ ଲେଙ୍କା କରିଥିବା ଅଭିଯୋଗ ସମ୍ପୂର୍ଣ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ନୂଆଗାଁ ମୌଜାରେ ପ୍ଲଟ ନମ୍ବର ୮୦ରେ ୫ଏକର ୪୧ ଡିସିମିଲ ଜମି ରେ ତାଙ୍କର କୌଣସି ଦଖଲ ନାହିଁ ବୋଲି କହିଛନ୍ତି ପ୍ରଣବ। ଏହି ୮୦ ନମ୍ବର ପ୍ଲଟକୁ ଲାଗି ଥିବା ୮୦/୧ରେ ତିନୋଟି ପ୍ଲଟ ରହିଛି। ଗୋଟିଏ ନିଜ ମା ପ୍ରତିମା ଦାସଙ୍କ ନାଁରେ, ଅନ୍ୟଏକ ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାମରେ ଓ ଅନ୍ୟ ଏକ ପ୍ଲଟ ଆଉ ଏକ କଂପାନୀ ନାମରେ ରହିଛି ବୋଲି ପ୍ରଣବ ସଫେଇ ଦେଇଛନ୍ତି।