ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛନ୍ତି ଆଇପିଏସ୍‌ ଅଧିକାରୀ: ଜୟନାରାୟଣ

ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏକ ବଡ ଷଡ଼ଯନ୍ତ୍ର ରହିଥିବା ନେଇ ପଶ୍ଚିମ ଓଡ଼ିଶାର କେତେକ ଛାମୁଆ ନେତା ଦାବି କରିଛନ୍ତି। ଏହି ହତ୍ୟା ପଛରେ ଅନେକ ବଡ଼ ବଡିଆ ଲୋକଙ୍କ ହାତ ରହିଥିବା ସେମାନେ ଦାବି କରିଛନ୍ତି। ଏହି ପରିପେକ୍ଷୀରେ ଭାଜପା ବରିଷ୍ଠନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଜଣେ ଆଇପିଏସ୍‌ ଅଧିକାରୀଙ୍କ ହାତ ଥିବା […] The post ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛନ୍ତି ଆଇପିଏସ୍‌ ଅଧିକାରୀ: ଜୟନାରାୟଣ appeared first on Dharitri Odia News.

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛନ୍ତି ଆଇପିଏସ୍‌ ଅଧିକାରୀ: ଜୟନାରାୟଣ

ଭୁବନେଶ୍ୱର,୧୯ା୧: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏକ ବଡ ଷଡ଼ଯନ୍ତ୍ର ରହିଥିବା ନେଇ ପଶ୍ଚିମ ଓଡ଼ିଶାର କେତେକ ଛାମୁଆ ନେତା ଦାବି କରିଛନ୍ତି। ଏହି ହତ୍ୟା ପଛରେ ଅନେକ ବଡ଼ ବଡିଆ ଲୋକଙ୍କ ହାତ ରହିଥିବା ସେମାନେ ଦାବି କରିଛନ୍ତି। ଏହି ପରିପେକ୍ଷୀରେ ଭାଜପା ବରିଷ୍ଠନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଜଣେ ଆଇପିଏସ୍‌ ଅଧିକାରୀଙ୍କ ହାତ ଥିବା ସେ ପ୍ରକାଶ କରିଛନ୍ତି।

ହତ୍ୟା କାଣ୍ଡର କିଛି ଦିନ ପୂର୍ବରୁ ଆଇପିଏସ୍‌ ଅଧିକାରୀ ଝାରସୁଗୁଡ଼ା ଆସିଥିଲେ। ଝାରସୁଗୁଡ଼ା ଆସି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାର ପ୍ଲଟ ପ୍ରସ୍ତୁତ କରିଥିଲେ। ହତ୍ୟା ପଛରେ ରାଜନୈତିକ ସୌଦାବାଜି କିମ୍ବା କୋଇଲା ବେପାର ରହିଥିବା ଜୟନାରାୟଣ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ବରଗଡ଼ ଲୋକସଭା ଏମ୍‌ପି ପ୍ରଦୀପ ପୁରୋହିତ ନବୀନଙ୍କୁ ଗାଦିରୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ଜଣେ ବ୍ୟକ୍ତି ଏଭଳି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଛନ୍ତି। ପ୍ରଦୀପ କହିଛନ୍ତି, ନବ ଦାସ ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି। ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ନବଙ୍କ ପରିବାର ନିରବ ରହିଲେ। କ୍ଷମତା ଲୋଭ, ସମ୍ପତ୍ତି ସୁରକ୍ଷା ପାଇଁ ତଦନ୍ତ ଠିକ ହେଉଥିବା କହିଲେ। ତେଣୁ ନବ ଦାସ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ ଏବଂ ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର ବୋଲି ସେ ଦାବି କରିଛନ୍ତି।

The post ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛନ୍ତି ଆଇପିଏସ୍‌ ଅଧିକାରୀ: ଜୟନାରାୟଣ appeared first on Dharitri Odia News.