ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ

ପୁଡୁଚେରୀ,୯।୧୨: କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦିନ ଶୋକ ଘୋଷଣା କରିବା ସହ ତାଙ୍କର ଶେଷ ରୀତିନୀତି ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ପାଳନ କରାଯିବ ବୋଲି କହିଥିଲେ। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି କହିଛନ୍ତି ଯେ ମୁଁ ଆପଣଙ୍କୁ କହିବାକୁ […] The post ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ appeared first on Dharitri Odia News.

ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ

ପୁଡୁଚେରୀ,୯।୧୨: କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦିନ ଶୋକ ଘୋଷଣା କରିବା ସହ ତାଙ୍କର ଶେଷ ରୀତିନୀତି ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ପାଳନ କରାଯିବ ବୋଲି କହିଥିଲେ।
ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି କହିଛନ୍ତି ଯେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ପୁଡୁଚେରୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦିନ ଶୋକ ପାଳନ କରିବେ ଏବଂ ତାଙ୍କର ଶେଷ ରୀତିନୀତି ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନରେ ପାଳନ କରାଯିବ। ରାମଚନ୍ଦ୍ରନ ୧୯୬୯ ମସିହାରେ ନଟପକ୍କାମ ନିର୍ବାଚନମଣ୍ଡଳୀରୁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଟିକେଟତରେ ପ୍ରତିଦ୍ୱନ୍ଦ୍ୱିତା କରି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ, ଯେଉଁଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭେଙ୍କଟାସୁବା ରେଡ୍ଡୀଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

The post ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ପରଲୋକ appeared first on Dharitri Odia News.