ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା: ୩ ରେ ପହଞ୍ଚିଲା ଗିରଫ ସଂଖ୍ୟା, ଆହୁରି କିଛି ଯୁବକଙ୍କ ଟେର ଏଯାଏ…

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁ ଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା।ଏହି ଘଟଣାରେ ବର୍ତ୍ତମାନ ସୁଧା ପୋଲିସ କେସନଂ ୨୩୪/୨୪ ରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମାନେ ହେଲେ ଅରଖପୁର ଗ୍ରାମର ଜିତୁ ଓରଫ ନାରାୟଣ ଯେନା। ନାରାୟଣ ହତ୍ୟାକାଣ୍ଡ ଭିଆଇବା ପରେ […] The post ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା: ୩ ରେ ପହଞ୍ଚିଲା ଗିରଫ ସଂଖ୍ୟା, ଆହୁରି କିଛି ଯୁବକଙ୍କ ଟେର ଏଯାଏ… appeared first on Dharitri Odia News.

ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା:  ୩ ରେ ପହଞ୍ଚିଲା ଗିରଫ ସଂଖ୍ୟା, ଆହୁରି କିଛି ଯୁବକଙ୍କ ଟେର ଏଯାଏ…

ପୁରୁଷୋତ୍ତମପୁର,୧୧ା୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଢଶୁର କାହ୍ନୁ ଚରଣ ବେହେରା(୫୫)ଙ୍କୁ ଗତ ମାର୍ଚ୍ଚ ୨୯ରେ ବିଚ୍‌ ରାସ୍ତାରେ ଅତି ନିର୍ମମ ଭାବେ ଛୁରି ଭୂସି ହତ୍ୟା କରାଯାଇଥିଲା।ଏହି ଘଟଣାରେ ବର୍ତ୍ତମାନ ସୁଧା ପୋଲିସ କେସନଂ ୨୩୪/୨୪ ରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମାନେ ହେଲେ ଅରଖପୁର ଗ୍ରାମର ଜିତୁ ଓରଫ ନାରାୟଣ ଯେନା। ନାରାୟଣ ହତ୍ୟାକାଣ୍ଡ ଭିଆଇବା ପରେ ସୁରଟ ଚାଲିଯାଇ ସେଠାରେ ଏକ ସୁତାକଳରେ କାର୍ଯ୍ୟ କରୁଥିଲେ। ସେତିକିବେଳେ ସୁରଟ କ୍ରାଇମ ବ୍ରାଞ୍ଚ ପୋଲିସ ଆଧାରରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିବା ନେଇ ସେଠିକାର ଗଣମାଧ୍ୟମରୁ ଜଣାପଡିଛି। ସୁରଟ ପୋଲିସ ନାରାୟଣଙ୍କୁ ଗିରଫ କରି ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଥିଲା।| । ପରେ ପୁରୁଷୋତ୍ତମପୁର ପୋଲିସ ଶୁକ୍ରବାର କୋର୍ଟଚାଲାଣ କରିଥିଲା।
ସେହିପରି ଗତ ଅଗଷ୍ଟ ୧ ତାରିଖରେ ଅରଖ ପୁରର ଟୁକୁନା ନାହାକ ଓ ଅଗଷ୍ଟ ୧୯ ତାରିଖରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିକୁଳାର ସନା ଓରଫ ସନାତନ ପ୍ରଧାନ ନାମକ ଯୁବକଙ୍କୁ ଗିରଫକରି ପୁରୁଷୋତ୍ତମପୁର କୋର୍ଟକୁ ଚାଲାଣ କରାଯାଇଥିଲା । ଫଳରେ ଏହି ହତ୍ୟାକଣ୍ଡର ଗିରଫ ସଂଖ୍ୟା ୩ରେ ପହଁଚିଥିବା ବେଳେ ଏଥିରେ ସମ୍ପୃକ୍ତ ଆହୁରି କିଛି ଯୁବକ ଏଯାବତ୍‌ ଫେରାର ରହିଛନ୍ତି । ସେମାନଙ୍କ ଟେର ଏଯାଏ ପାଇପାରିନାହିଁ ପୋଲିସ ।

The post ପୂର୍ବତନ ସରପଞ୍ଚଙ୍କ ଦେଢଶୁରଙ୍କୁ ହତ୍ୟା: ୩ ରେ ପହଞ୍ଚିଲା ଗିରଫ ସଂଖ୍ୟା, ଆହୁରି କିଛି ଯୁବକଙ୍କ ଟେର ଏଯାଏ… appeared first on Dharitri Odia News.