ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା
ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)। ତାଙ୍କ ଘର ରାୟଗଡ଼ା ସହରର ରେଳବାଇ କୋଲୋନୀରେ। ଘାସିରାମ ଝୋଡିଆ ନାମକ ଯୁବକ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ, କ୍ରିଷ୍ଣା ଓ ଘାସିରାମ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ବୁଧବାର ମଧ୍ୟାହ୍ନ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଘାସିରାମ […] The post ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା appeared first on Dharitri Odia News.
ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)। ତାଙ୍କ ଘର ରାୟଗଡ଼ା ସହରର ରେଳବାଇ କୋଲୋନୀରେ। ଘାସିରାମ ଝୋଡିଆ ନାମକ ଯୁବକ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।
ଘଟଣାରୁ ପ୍ରକାଶ ଯେ, କ୍ରିଷ୍ଣା ଓ ଘାସିରାମ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ବୁଧବାର ମଧ୍ୟାହ୍ନ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଘାସିରାମ ନିଜେ ଧରିଥିବା ମଦ କାଚରେ କ୍ରିଷ୍ଣାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଖବରପାଇ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି କ୍ରିଷ୍ଣାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆକ୍ରମଣ କରିଥିବା ଘାସିରାମକୁ ପୋଲିସ ଅଟକ ରଖିଛି।
The post ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା appeared first on Dharitri Odia News.