ପୃଥକ ପୃଥକ ସ୍ଥାନରେ ଚଢାଉ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

କଟକ ୨୯।୦୧ : ବୌଦ୍ଧ ଜିଲ୍ଲାରୁ ମୋଟ ୧୩୧୩ କୋଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହୋଇଥିବା ବାଇକ୍‌ ଏବଂ ପିକ୍‌ ଅପ୍‌ ଭ୍ୟାନ୍‌କୁ ମଧ୍ୟ ଜବତ କରିଛି ପୋଲିସ । ଗୋଟିଏ ମାମଲା ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ମାମଲାଟି ଘଣ୍ଟପଡ଼ା ଥାନାରେ ପଞ୍ଜିକୃତ ହୋଇଛି । ଖବର ଅନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅମ୍ବାଝରୀ ଗ୍ରାମ ପଞ୍ଚାୟତ ବଣ୍ଡବଳଦିଆ ଗାଁରେ ମିଥୁନ ହାତୀ ଓ ତାଙ୍କ ଅନ୍ୟ ଜଣେ ସହଯୋଗୀ ନିଶା ଦ୍ରବ୍ୟ ରଖି ଚୋରା ଚାଲାଣ କରୁଥିବାର ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ସଂପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୫୬୦ କେଜି ଗଞ୍ଜେଇ ଓ ଏକ ମୋଟର ସାଇକେଲ୍‌ ଜବତ କରାଯାଇଛି । ସେହିପରି ଘଣ୍ଟପଡ଼ା ଥାନା ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୭୪୯ କେଜି ଗଞ୍ଜେଇ ମିଳିଥିଲା । ଏହାସହ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍‌ ଗାଡି, ୫ଟି ମୋଟର ସାଇକେଲ ଜବତ ହୋଇଛି । ଏହାସହ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉଦୟ ଚନ୍ଦ୍ର ଭୋଇ, ଶ୍ରୀକାନ୍ତ ମୁଦୁଲି, ନ

ପୃଥକ ପୃଥକ ସ୍ଥାନରେ ଚଢାଉ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଗିରଫ

କଟକ ୨୯।୦୧ : ବୌଦ୍ଧ ଜିଲ୍ଲାରୁ ମୋଟ ୧୩୧୩ କୋଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହାସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ ବ୍ୟବହୃତ ହୋଇଥିବା ବାଇକ୍‌ ଏବଂ ପିକ୍‌ ଅପ୍‌ ଭ୍ୟାନ୍‌କୁ ମଧ୍ୟ ଜବତ କରିଛି ପୋଲିସ । ଗୋଟିଏ ମାମଲା ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ମାମଲାଟି ଘଣ୍ଟପଡ଼ା ଥାନାରେ ପଞ୍ଜିକୃତ ହୋଇଛି । 

ଖବର ଅନୁଯାୟୀ, ବୌଦ୍ଧ ଆଦର୍ଶ ଥାନା ଅମ୍ବାଝରୀ ଗ୍ରାମ ପଞ୍ଚାୟତ ବଣ୍ଡବଳଦିଆ ଗାଁରେ ମିଥୁନ ହାତୀ ଓ ତାଙ୍କ ଅନ୍ୟ ଜଣେ ସହଯୋଗୀ ନିଶା ଦ୍ରବ୍ୟ ରଖି ଚୋରା ଚାଲାଣ କରୁଥିବାର ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ସଂପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ୫୬୦ କେଜି ଗଞ୍ଜେଇ ଓ ଏକ ମୋଟର ସାଇକେଲ୍‌ ଜବତ କରାଯାଇଛି । ସେହିପରି ଘଣ୍ଟପଡ଼ା ଥାନା ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୭୪୯ କେଜି ଗଞ୍ଜେଇ ମିଳିଥିଲା । ଏହାସହ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍‌ ଗାଡି, ୫ଟି ମୋଟର ସାଇକେଲ ଜବତ ହୋଇଛି । ଏହାସହ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉଦୟ ଚନ୍ଦ୍ର ଭୋଇ, ଶ୍ରୀକାନ୍ତ ମୁଦୁଲି, ନୀଳକଣ୍ଠ ଭୋଇ ।  ଉଭୟ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରହିଛି ।