ପୃଥିବୀର କ୍ଷୁଦ୍ରତମ ସ୍ତନ୍ୟପାୟୀ ପ୍ରାଣୀ: ଯାହାର ଓଜନ ୨ଗ୍ରାମ୍‌

ସମଗ୍ର ପୃଥିବୀରେ ପ୍ରାୟ ୬୪୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ବମ୍ବଲ୍‌ବି ବ୍ୟାଟ୍‌ ସବୁଠୁ କ୍ଷୁଦ୍ରତମ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଜାଣିବା ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ: ଏକ କ୍ଷୁଦ୍ରତମ ବାଦୁଡ଼ି ପ୍ରଜାତି, ଯାହାକୁ ବମ୍ବଲ୍‌ବି ବ୍ୟାଟ୍‌ ବା କିଟିସ୍‌ ହଗ୍‌ ନୋଜ୍‌ଡ ବ୍ୟାଟ୍‌ ବୋଲି କୁହାଯାଏ। ମସିହାରେ କିଟି ଥଙ୍ଗ୍‌ଲଙ୍ଗୟା ଏହି ବାଦୁଡ଼ି ପ୍ରଜାତିକୁ ଆବିଷ୍କାର କରିଥିଲେ। ଓଜନ ମାତ୍ର ୨ଗ୍ରାମ୍‌। ଏହାର ଲମ୍ବା ୨୯ରୁ ୩୩ମିଲିମିଟର ହୋଇଥିବା […] The post ପୃଥିବୀର କ୍ଷୁଦ୍ରତମ ସ୍ତନ୍ୟପାୟୀ ପ୍ରାଣୀ: ଯାହାର ଓଜନ ୨ଗ୍ରାମ୍‌ appeared first on Dharitri Odia News.

ପୃଥିବୀର କ୍ଷୁଦ୍ରତମ ସ୍ତନ୍ୟପାୟୀ ପ୍ରାଣୀ: ଯାହାର ଓଜନ ୨ଗ୍ରାମ୍‌

ସମଗ୍ର ପୃଥିବୀରେ ପ୍ରାୟ ୬୪୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି। ସେଥିମଧ୍ୟରୁ ବମ୍ବଲ୍‌ବି ବ୍ୟାଟ୍‌ ସବୁଠୁ କ୍ଷୁଦ୍ରତମ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଜାଣିବା
ଏହା ସମ୍ପର୍କରେ କିଛି ରୋଚକ ତଥ୍ୟ:

ଏକ କ୍ଷୁଦ୍ରତମ ବାଦୁଡ଼ି ପ୍ରଜାତି, ଯାହାକୁ ବମ୍ବଲ୍‌ବି ବ୍ୟାଟ୍‌ ବା କିଟିସ୍‌ ହଗ୍‌ ନୋଜ୍‌ଡ ବ୍ୟାଟ୍‌ ବୋଲି କୁହାଯାଏ।
ମସିହାରେ କିଟି ଥଙ୍ଗ୍‌ଲଙ୍ଗୟା ଏହି ବାଦୁଡ଼ି ପ୍ରଜାତିକୁ ଆବିଷ୍କାର କରିଥିଲେ।
ଓଜନ ମାତ୍ର ୨ଗ୍ରାମ୍‌। ଏହାର ଲମ୍ବା ୨୯ରୁ ୩୩ମିଲିମିଟର ହୋଇଥିବା ବେଳେ ଡେଣାର ଲମ୍ବ ୧୭୦ମିଲିମିଟର।
ବାଦୁଡ଼ି ମାତ୍ର ଦୁଇଟି ଦେଶରେ ଦେଖାଯାଆନ୍ତି। ଥାଇଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ରହିଛି ଅନେକ ଚୂନ ପଥର ଗୁମ୍ଫା। ଉକ୍ତ ଗୁମ୍ଫା ଭିତରେ ଏହି କ୍ଷୁଦ୍ର ବାଦୁଡ଼ି ପ୍ରଜାତି ବାସକରନ୍ତି। ଏହା ବ୍ୟତୀତ ମ୍ୟାନ୍‌ମାର୍‌ରେ ମଧ୍ୟ ଏହି ବାଦୁଡ଼ି ଦେଖାଯାଆନ୍ତି।
୍ଶ ୨୦୦୮ ପର୍ଯ୍ୟନ୍ତ ହୋଇଥିବା ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡର ୪୪ଟି ଏବଂ ମ୍ୟାନ୍‌ମାରର ୫ଟି ଗୁମ୍ଫା ଭିତରେ ଏହି ବାଦୁଡ଼ି ଥିବା ଦେଖିବାକୁ ମିଳିଥିଲା।
ପିଠିରେ ଗାଢ଼ ଲାଲ୍‌-ମାଟିଆ କିମ୍ବା ଧୂସର ରଙ୍ଗର ଲୋମ ଥିବା ବେଳେ ପେଟ ପଟେ ଛୋଟ ଲୋମ ଥାଏ।
ଥରେ ଏପ୍ରିଲ୍‌ ମାସରେ ଏହି ବାଦୁଡି ଛୁଆ ଜନ୍ମ କରିଥା’ନ୍ତି। ଥରକରେ ଏମାନେ ମାତ୍ର ଗୋଟିଏ ଛୁଆ ଜନ୍ମ ଦିଏ।
୫ରୁ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥା’ନ୍ତି।
ସନ୍ଧ୍ୟାରେ ମାତ୍ର ୩୦ ମିନିଟ୍‌ ପର୍ଯ୍ୟନ୍ତ ଗୁମ୍ଫାରୁ ବାହାରକୁ ଯାଇଥା’ନ୍ତି। ନିଜ ଗୁମ୍ଫାଠାରୁ ମାତ୍ର ୧ କିଲୋମିଟର ଦୂରତା ମଧ୍ୟରେ ସେମାନେ ନିଜ ଖାଦ୍ୟ ଖୋଜି ଫେରିଆସନ୍ତି।

The post ପୃଥିବୀର କ୍ଷୁଦ୍ରତମ ସ୍ତନ୍ୟପାୟୀ ପ୍ରାଣୀ: ଯାହାର ଓଜନ ୨ଗ୍ରାମ୍‌ appeared first on Dharitri Odia News.