ପୃଥ୍ବୀ ଶ’ଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ, ଫେବୃଆରୀ ୨ରେ ଏହି ମୁକାବିଲା ସହିତ ମଇଦାନକୁ ଫେରିବେ

ନୂଆଦିଲ୍ଲୀ,୧।୨: ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ପୃଥ୍ବୀ ଶ’ଦୀର୍ଘ ସମୟ ପରେ ମଇଦାନକୁ ଫେରିବାକୁ ଯାଉଛନ୍ତି । ରଣଜୀ ଟ୍ରଫି ୨୦୨୩-୨୪ ସିଜିନର ଗ୍ରୁପ ବି ମ୍ୟାଚରେ ବେଙ୍ଗଲ ମୁମ୍ବାଇକୁ ଭେଟିବ । ତେବେ ମୁମ୍ବାଇର ପ୍ଲେ-୧୧ରେ ସାମିଲ ହେବେ ପୃଥ୍ବୀ ଶ’। ପୃଥ୍ବୀ ଶ’ ଦୀର୍ଘ ସମୟ ଧରି ମଇଦାନରୁ ଦୂରେଇ ରହିଥିଲେ। ଏହା ବ୍ୟତୀତ ଅଫ୍‌ ଦ ଫିଲ୍ଡ ବିବାଦ କାରଣରୁ ସେ ଚର୍ଚ୍ଚାରେ ଥିଲେ, […] The post ପୃଥ୍ବୀ ଶ’ଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ, ଫେବୃଆରୀ ୨ରେ ଏହି ମୁକାବିଲା ସହିତ ମଇଦାନକୁ ଫେରିବେ appeared first on Dharitri Odia News.

ପୃଥ୍ବୀ ଶ’ଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ, ଫେବୃଆରୀ ୨ରେ ଏହି ମୁକାବିଲା ସହିତ ମଇଦାନକୁ ଫେରିବେ

ନୂଆଦିଲ୍ଲୀ,୧।୨: ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ପୃଥ୍ବୀ ଶ’ଦୀର୍ଘ ସମୟ ପରେ ମଇଦାନକୁ ଫେରିବାକୁ ଯାଉଛନ୍ତି । ରଣଜୀ ଟ୍ରଫି ୨୦୨୩-୨୪ ସିଜିନର ଗ୍ରୁପ ବି ମ୍ୟାଚରେ ବେଙ୍ଗଲ ମୁମ୍ବାଇକୁ ଭେଟିବ । ତେବେ ମୁମ୍ବାଇର ପ୍ଲେ-୧୧ରେ ସାମିଲ ହେବେ ପୃଥ୍ବୀ ଶ’। ପୃଥ୍ବୀ ଶ’ ଦୀର୍ଘ ସମୟ ଧରି ମଇଦାନରୁ ଦୂରେଇ ରହିଥିଲେ। ଏହା ବ୍ୟତୀତ ଅଫ୍‌ ଦ ଫିଲ୍ଡ ବିବାଦ କାରଣରୁ ସେ ଚର୍ଚ୍ଚାରେ ଥିଲେ, ବର୍ତ୍ତମାନ ଏହି କ୍ରିକେଟରଙ୍କ ପାଇଁ ଏକ ଖୁସି ଖବର ଅଛି।

ଗତ ବର୍ଷ ଅଗଷ୍ଟରେ ପୃଥ୍ବୀ ଶ’ଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ସେତେବେଳେ ପୃଥ୍ବୀ ଶ’ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳୁଥିଲେ। ଏହା ପରେ ପୃଥ୍ବୀ ଶ’ ଅସ୍ତ୍ରୋପଚାର କରିଥିଲେ ଏବଂ ପରେ ତାଙ୍କୁ ଜାତୀୟ କ୍ରିକେଟ ଏକାଡେମୀରେ ପୁନଃ ଚିକିତ୍ସା କରିବାକୁ ପଡିଲା। କିନ୍ତୁ ବର୍ତ୍ତମାନ ଏହି ଯୁବ ବ୍ୟାଟର୍‌ ମଇଦାନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ବାଙ୍ଗାଲୋରରେ ଅବସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ ପୃଥ୍ବୀ ଶ’ଙ୍କୁ ଫିଟ୍‌ ଘୋଷଣା କରିଛି।

The post ପୃଥ୍ବୀ ଶ’ଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ, ଫେବୃଆରୀ ୨ରେ ଏହି ମୁକାବିଲା ସହିତ ମଇଦାନକୁ ଫେରିବେ appeared first on Dharitri Odia News.