ପେଙ୍ଗଶୁଇ ବଖାଣେ ରଙ୍ଗର ପ୍ରଭାବ, ଜାଣନ୍ତୁ କେମିତି କରିବେ କୋଠରୀର ରଙ୍ଗ?
ଭୁବନେଶ୍ୱର ୧୮/୦୩ : ଆମ ଜୀବନରେ ରଙ୍ଗର ବେଶ୍ ପ୍ରଭାବ ରହିଛି । ଏଣୁ ଆମ ଘର ତଥା କୋଠରୀରେ ରଙ୍ଗ ଦେବା ପୂର୍ବରୁ ଏହା ସମ୍ପର୍କରେ ଜାଣିବା ଦରକାର । ଫେଙ୍ଗ୍ ଶୁଇ ଅନୁଯାୟୀ ଏପରି କିଛି ରଙ୍ଗ ରହିଛି ଯାହାକୁ ଅଧିକ ମାତ୍ରାରେ ଉପଯୋଗ କଲେ ପ୍ରତିକୂଳ ବା ନକରାତ୍ମକ ଉର୍ଜା ସୃଷ୍ଟି ହୁଏ । କଳାରଙ୍ଗ: ଫେଙ୍ଗ୍ଶୁଇ ଅନୁସାରେ କଳା ରଙ୍ଗ ସାମଞ୍ଜସ୍ୟପୂର୍ଣ୍ଣ ବା ସନ୍ତୁଳିତ ରଙ୍ଗ ନୁହେଁ । କଳା ରଙ୍ଗର ସମ୍ପର୍କ ରହସ୍ୟ ସହ ରହିଥିବାବେଳେ ଏହାର ପ୍ରୟୋଗ ଅଧିକ ପରିମାଣରେ କଲେ ବାତାବରଣ ଭାରି ବା ଗମ୍ଭୀର ହୋଇଉଠେ । ତେବେ ଯଦି ଆପଣ ରହିବା କୋଠରୀକୁ କୌଣସି ଗାଢ଼ ରଙ୍ଗରେ ରଙ୍ଗୀନ କରିବାକୁ ଉତ୍ସୁକ ଅଛନ୍ତି ତେବେ ଚକୋଲେଟ୍ ବାଦାମୀ ଅବା ଅନ୍ୟ କୌଣସି ବିକଳ୍ପ ଗାଢ଼ ରଙ୍ଗ ବାଛନ୍ତୁ । ଧଳାରଙ୍ଗ: ଧଳାଶୁଦ୍ଧତାର ପ୍ରତୀକ । ତେବେ ଅତିରିକ୍ତ ପରିମାଣରେ ଧଳା ରଙ୍ଗ ପ୍ରୟୋଗ କଲେ ଏକ ଶୀତଳତାର ବାତାବରଣ ଖେଳିଯାଇଥାଏ । ଯାହାର ପ୍ରଭାବରେ ଜୀବନ ଶକ୍ତିହୀନ ମନେ ହୋଇପାରେ । ଫେଙ୍ଗ ଶୁଇ ଅନୁସାରେ ଶକ୍ତିହୀନ ବାତାବରଣ ଦ୍ୱାରା ଘର ଘର ଖାଲି ଲାଗେ । ଧଳା ରଙ୍ଗ ସ୍ନାନାଗାର,ଶୌଚାଳୟ ଅବା ରୋଷେଇଶାଳରେ ଦିଆଯାଇପାରେ ମାତ୍ର ପିଲାଙ୍କ ପାଠପଢ଼ା କୋଠରୀ ଅବା ଡାଇନିଂ କୋଠରୀରେ ଧଳା ରଙ୍ଗ ଲଗାନ୍ତୁ ନାହିଁ । ମାର୍ଚ୍ଚ ୨୪ ନା ୨୫, କେବେ ପଡୁଛି ହୋଲି? ଦୁର କରନ୍ତୁ ଦ୍ୱନ୍ଦ୍ୱଲାଲ୍ରଙ୍ଗ: ଲାଲ୍ ରଙ୍ଗ ଉର୍ଜାରେ ଭରପୂର । ଏହା
ଭୁବନେଶ୍ୱର ୧୮/୦୩ : ଆମ ଜୀବନରେ ରଙ୍ଗର ବେଶ୍ ପ୍ରଭାବ ରହିଛି । ଏଣୁ ଆମ ଘର ତଥା କୋଠରୀରେ ରଙ୍ଗ ଦେବା ପୂର୍ବରୁ ଏହା ସମ୍ପର୍କରେ ଜାଣିବା ଦରକାର । ଫେଙ୍ଗ୍ ଶୁଇ ଅନୁଯାୟୀ ଏପରି କିଛି ରଙ୍ଗ ରହିଛି ଯାହାକୁ ଅଧିକ ମାତ୍ରାରେ ଉପଯୋଗ କଲେ ପ୍ରତିକୂଳ ବା ନକରାତ୍ମକ ଉର୍ଜା ସୃଷ୍ଟି ହୁଏ ।
କଳାରଙ୍ଗ: ଫେଙ୍ଗ୍ଶୁଇ ଅନୁସାରେ କଳା ରଙ୍ଗ ସାମଞ୍ଜସ୍ୟପୂର୍ଣ୍ଣ ବା ସନ୍ତୁଳିତ ରଙ୍ଗ ନୁହେଁ । କଳା ରଙ୍ଗର ସମ୍ପର୍କ ରହସ୍ୟ ସହ ରହିଥିବାବେଳେ ଏହାର ପ୍ରୟୋଗ ଅଧିକ ପରିମାଣରେ କଲେ ବାତାବରଣ ଭାରି ବା ଗମ୍ଭୀର ହୋଇଉଠେ । ତେବେ ଯଦି ଆପଣ ରହିବା କୋଠରୀକୁ କୌଣସି ଗାଢ଼ ରଙ୍ଗରେ ରଙ୍ଗୀନ କରିବାକୁ ଉତ୍ସୁକ ଅଛନ୍ତି ତେବେ ଚକୋଲେଟ୍ ବାଦାମୀ ଅବା ଅନ୍ୟ କୌଣସି ବିକଳ୍ପ ଗାଢ଼ ରଙ୍ଗ ବାଛନ୍ତୁ ।
ଧଳାରଙ୍ଗ: ଧଳାଶୁଦ୍ଧତାର ପ୍ରତୀକ । ତେବେ ଅତିରିକ୍ତ ପରିମାଣରେ ଧଳା ରଙ୍ଗ ପ୍ରୟୋଗ କଲେ ଏକ ଶୀତଳତାର ବାତାବରଣ ଖେଳିଯାଇଥାଏ । ଯାହାର ପ୍ରଭାବରେ ଜୀବନ ଶକ୍ତିହୀନ ମନେ ହୋଇପାରେ । ଫେଙ୍ଗ ଶୁଇ ଅନୁସାରେ ଶକ୍ତିହୀନ ବାତାବରଣ ଦ୍ୱାରା ଘର ଘର ଖାଲି ଲାଗେ । ଧଳା ରଙ୍ଗ ସ୍ନାନାଗାର,ଶୌଚାଳୟ ଅବା ରୋଷେଇଶାଳରେ ଦିଆଯାଇପାରେ ମାତ୍ର ପିଲାଙ୍କ ପାଠପଢ଼ା କୋଠରୀ ଅବା ଡାଇନିଂ କୋଠରୀରେ ଧଳା ରଙ୍ଗ ଲଗାନ୍ତୁ ନାହିଁ ।
ମାର୍ଚ୍ଚ ୨୪ ନା ୨୫, କେବେ ପଡୁଛି ହୋଲି? ଦୁର କରନ୍ତୁ ଦ୍ୱନ୍ଦ୍ୱ
ଲାଲ୍ରଙ୍ଗ: ଲାଲ୍ ରଙ୍ଗ ଉର୍ଜାରେ ଭରପୂର । ଏହାକୁ ଭାଗ୍ୟଶାଳୀ,ସଫଳତା ତଥା ସୌଭାଗ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି ରଙ୍ଗ ଶକ୍ତିଶାଳୀ ହେବା ସହିତ ଉତ୍ତେଜକ ମଧ୍ୟ । ଫେଙ୍ଗ ଶୁଇ ଅନୁସାରେ ଲାଲ୍ ରଙ୍ଗର ଅତିରିକ୍ତ ପ୍ରୟୋଗ ଅତିରିକ୍ତ ସକ୍ରିୟ ତଥା ଆକ୍ରମଣାତ୍ମକ ବାତାବରଣ ସୃଷ୍ଟି କରିପାରେ । ଯଦ୍ୱାରା ମନରେ ଚିନ୍ତା, ଉତ୍ତେଜନା ଖେଳିବା ସମ୍ଭାବନା ବଢ଼ିଯାଏ । ଲାଲ୍ ରଙ୍ଗ ପିଲାଙ୍କ ଶୋଇବା କୋଠରୀ, ଭୋଜନାଗାର, ରୋଷେଇଘର, କାର୍ଯ୍ୟାଳୟରେ ଲଗାଇବା ଅନୁଚିତ । ଅନ୍ୟପକ୍ଷରେ ପୂର୍ବ ଏବଂ ପଶ୍ଚିମ ଦିଗରେ ଥିବା କବାଟରେ ବି ଲାଲ୍ ରଙ୍ଗ ଲଗାଇବା ଅନୁଚିତ ।