ପେଟିଏମ ମୋ ଝିଅ ଭଳି ଯାହାର ଆକ୍ସିଡେଣ୍ଟ ହୋଇଗଲା

ନୂଆଦିଲ୍ଲୀ,୭।୭: ୨୦୨୪ବର୍ଷ ଫିଣ୍ଟେକ ସେକ୍ଟରର ବୃହତ୍‌ କମ୍ପାନୀ ପେଟିଏମ ପାଇଁ ଖରାପ ବର୍ଷ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ପେଟିଏମ ଏହାର କଠିନ ସମୟ ଦେଇ ଗତି କରୁଛି। ଆରବିଆଇର ଏହି ନିଷ୍ପତ୍ତି କମ୍ପାନୀ ପାଇଁ ଏକ ଝଟ୍‌କା। କମ୍ପାନୀର ବ୍ୟବସାୟ ହ୍ରାସ ପାଇଲା ଏବଂ ଏହା ଗ୍ରାହକଙ୍କୁ ମଧ୍ୟ ହରାଇଲା। ବର୍ତ୍ତମାନ କମ୍ପାନୀ ହଜିଯାଇଥିବା ବ୍ୟବସାୟକୁ ପୁନଃ ପ୍ରାପ୍ତ କରିବାକୁ ଚେଷ୍ଟା କରୁଛି। […] The post ପେଟିଏମ ମୋ ଝିଅ ଭଳି ଯାହାର ଆକ୍ସିଡେଣ୍ଟ ହୋଇଗଲା appeared first on Dharitri Odia News.

ପେଟିଏମ ମୋ ଝିଅ ଭଳି ଯାହାର ଆକ୍ସିଡେଣ୍ଟ ହୋଇଗଲା

ନୂଆଦିଲ୍ଲୀ,୭।୭: ୨୦୨୪ବର୍ଷ ଫିଣ୍ଟେକ ସେକ୍ଟରର ବୃହତ୍‌ କମ୍ପାନୀ ପେଟିଏମ ପାଇଁ ଖରାପ ବର୍ଷ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ପେଟିଏମ ଏହାର କଠିନ ସମୟ ଦେଇ ଗତି କରୁଛି। ଆରବିଆଇର ଏହି ନିଷ୍ପତ୍ତି କମ୍ପାନୀ ପାଇଁ ଏକ ଝଟ୍‌କା। କମ୍ପାନୀର ବ୍ୟବସାୟ ହ୍ରାସ ପାଇଲା ଏବଂ ଏହା ଗ୍ରାହକଙ୍କୁ ମଧ୍ୟ ହରାଇଲା। ବର୍ତ୍ତମାନ କମ୍ପାନୀ ହଜିଯାଇଥିବା ବ୍ୟବସାୟକୁ ପୁନଃ ପ୍ରାପ୍ତ କରିବାକୁ ଚେଷ୍ଟା କରୁଛି। ଏହି ସଙ୍କଟ ବିଷୟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଭାବପ୍ରବଣ ହୋଇ କମ୍ପାନୀକୁ ତାଙ୍କ ଝିଅ ସହିତ ତୁଳନା କରିଥିଲେ। ସେ କହିଛନ୍ତି ଯେ ଏହି ଝଟ୍‌କା ବ୍ୟକ୍ତିଗତ ଅଟେ। ମୋତେ ଲାଗୁଛି ଯେମିତି ମୋ ଝିଅ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।
ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବାବେଳେ ପେଟିଏମ ସିଇଓ ବିଜୟ ଶେଖର ଶର୍ମା କହିଛନ୍ତି ଯେ ପ୍ରତିଷ୍ଠାତା ହୋଇଥିବାରୁ ପେଟିଏମ ମୋ ପାଇଁ ମୋ ଝିଅ ପରି, ଯିଏ କ୍ରମାଗତ ଭାବରେ ଶୀର୍ଷରେ ଥିଲା। କିନ୍ତୁ, ପ୍ରବେଶିକା ପରୀକ୍ଷା ଦେବାକୁ ଯାଉଥିବାବେଳେ ସେ ଏକ ଦୁଃଖଦ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ଏକ ଅତ୍ୟନ୍ତ ଭାବପ୍ରବଣ ଘଟଣା। ଗୋଟିଏ କମ୍ପାନୀ ଭାବରେ ଆମେ ଦ୍ରୁତ ଗତିରେ ବଢୁଥିଲୁ। ପେଟିଏମ ପ୍ରଗତିର ପଥରେ ଥିଲା। କିନ୍ତୁ, ଏହି ଦୁର୍ଘଟଣା ଯୋଗୁଁ ସେ ବହୁତ କଷ୍ଟ ପାଇଥିଲେ।

The post ପେଟିଏମ ମୋ ଝିଅ ଭଳି ଯାହାର ଆକ୍ସିଡେଣ୍ଟ ହୋଇଗଲା appeared first on Dharitri Odia News.