ପେଟ୍ରୋଲ-ଡିଜେଲକୁ GST ପରିସରକୁ ଆଣିବେ ମୋଦୀ ସରକାର, କେବଳ ଏହି ବିଷୟକୁ ଅପେକ୍ଷା

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ୍ ରୁହେ ତେବେ କେନ୍ଦ୍ରର ମୋଦୀ ସରକାର ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିପାରନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାର ସବୁବେଳେ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ଚାହୁଁଛନ୍ତି ଏବଂ ରାଜ୍ୟଗୁଡ଼ିକ ଏକ ହୋଇ ଏହାର ଦର ସ୍ଥିର କରିବାର ଅଛି । ସେ କହିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟିରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବେ ରାଜ୍ୟଗୁଡ଼ିକ ଗୋଟିଏ ମଞ୍ଚରେ ଆସି ଦର ସ୍ଥିର ପାଇଁ ଚର୍ଚ୍ଚା କରିବା ଦରକାର ।ଉଲ୍ଲେଖଯୋଗ୍ୟ ଯେ ଜିଏସଟିକୁ ୨୦୧୭ ଜୁଲାଇ ୧ରେ ଲାଗୁ କରାଯାଇଥିଲା । ଏଥିରେ ଏକ ଡଜନରୁ ଅଧିକ କେନ୍ଦ୍ରୀୟ ଏବଂ ରାଜ୍ୟ ଶୁଳ୍କକୁ ସାମିଲ କରାଯାଇଥିଲା । ତେବେ ନିଷ୍ପତ୍ତି ନିଆଯାଇଥିଲା ଯେ ପାଞ୍ଚ ବସ୍ତୁ-ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲ୍, ଡିଜେଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଜିଏସଟି ଆଇନ ଅନୁସାରେ ପରେ ଟିକସ ଲାଗୁ କରାଯିବ ।ନିର୍ମଳା ସୀତାରମଣ କହିଛନ୍ତି ଯେ ଜିଏସଟି ଲାଗୁ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ କିଛି ପରେ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଅଣାଯିବ । ସେ କହିଛନ୍ତି, ଏହାକୁ ଜିଏସଟିରେ ଆଣିବା ପାଇଁ ପ୍ରାବଧାନ ପୂର୍ବରୁ କରାଯାଇଛି । ଏବେ କେବଳ ଏହି ନିଷ୍ପତ୍ତି ନେବାର ଅଛି ଯେ ରାଜ୍ୟ ଜିଏସଟ

ପେଟ୍ରୋଲ-ଡିଜେଲକୁ GST ପରିସରକୁ ଆଣିବେ ମୋଦୀ ସରକାର, କେବଳ ଏହି ବିଷୟକୁ ଅପେକ୍ଷା

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକ୍ ରୁହେ ତେବେ କେନ୍ଦ୍ରର ମୋଦୀ ସରକାର ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିପାରନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ କେନ୍ଦ୍ର ସରକାର ସବୁବେଳେ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବା ପାଇଁ ଚାହୁଁଛନ୍ତି ଏବଂ ରାଜ୍ୟଗୁଡ଼ିକ ଏକ ହୋଇ ଏହାର ଦର ସ୍ଥିର କରିବାର ଅଛି । ସେ କହିଛନ୍ତି ଯେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟିରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବେ ରାଜ୍ୟଗୁଡ଼ିକ ଗୋଟିଏ ମଞ୍ଚରେ ଆସି ଦର ସ୍ଥିର ପାଇଁ ଚର୍ଚ୍ଚା କରିବା ଦରକାର ।

ଉଲ୍ଲେଖଯୋଗ୍ୟ ଯେ ଜିଏସଟିକୁ ୨୦୧୭ ଜୁଲାଇ ୧ରେ ଲାଗୁ କରାଯାଇଥିଲା । ଏଥିରେ ଏକ ଡଜନରୁ ଅଧିକ କେନ୍ଦ୍ରୀୟ ଏବଂ ରାଜ୍ୟ ଶୁଳ୍କକୁ ସାମିଲ କରାଯାଇଥିଲା । ତେବେ ନିଷ୍ପତ୍ତି ନିଆଯାଇଥିଲା ଯେ ପାଞ୍ଚ ବସ୍ତୁ-ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲ୍, ଡିଜେଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଜିଏସଟି ଆଇନ ଅନୁସାରେ ପରେ ଟିକସ ଲାଗୁ କରାଯିବ ।

ନିର୍ମଳା ସୀତାରମଣ କହିଛନ୍ତି ଯେ ଜିଏସଟି ଲାଗୁ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ କିଛି ପରେ ପେଟ୍ରୋଲ୍ ଏବଂ ଡିଜେଲକୁ ଜିଏସଟି ପରିସରକୁ ଅଣାଯିବ । ସେ କହିଛନ୍ତି, ଏହାକୁ ଜିଏସଟିରେ ଆଣିବା ପାଇଁ ପ୍ରାବଧାନ ପୂର୍ବରୁ କରାଯାଇଛି । ଏବେ କେବଳ ଏହି ନିଷ୍ପତ୍ତି ନେବାର ଅଛି ଯେ ରାଜ୍ୟ ଜିଏସଟି ପରିଷଦରେ ସହମତ ହେବ ଏବଂ କେଉଁ ଟିକସ ସ୍ଲାବ ପାଇଁ ରାଜି ହେବେ । ନିଷ୍ପତ୍ତି ନିଆଯିବା ପରେ ଏହାକୁ ଅଧିନିୟମରେ ସାମିଲ କରାଯିବ ।