ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି…
ନୂଆଦିଲ୍ଲୀ,୧୯।୧୨: ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛ ଘୁଞ୍ଚା ଦେବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଆକ୍ରମଣ ଯୋଗୁ ତୈଳ, ଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନକୁ ନେଇ ଚିନ୍ତା ଦେଖାଦେଇଛି। ଆକ୍ରମଣ ଯୋଗୁ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଫଳରେ ଲୋହିତ ସାଗର ଦେଇ […] The post ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି… appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧୨: ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ଫଳରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟରେ ବାଧା ସୃଷ୍ଟି ହୋଇଛି। କାର୍ଗୋ କମ୍ପାନୀଗୁଡିକ ଏହି ଅଞ୍ଚଳ ଦେଇ କାରବାର କରିବାକୁ ପଛ ଘୁଞ୍ଚା ଦେବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଆକ୍ରମଣ ଯୋଗୁ ତୈଳ, ଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନକୁ ନେଇ ଚିନ୍ତା ଦେଖାଦେଇଛି। ଆକ୍ରମଣ ଯୋଗୁ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଫଳରେ ଲୋହିତ ସାଗର ଦେଇ ସାମଗ୍ରୀ ପଠାଇବା ଏଣିକି ମହଙ୍ଗା ହୋଇଛି।
ଜାହାଜ ପରିବହନ ବୀମା ଖର୍ଚ୍ଚ ଦିନକୁ ହଜାରେ ଡଲାର ବୃଦ୍ଧି ପାଇବା ଦ୍ୱାରା ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ପେଟ୍ରୋଲ ଡିଜେଲ ଦର ବଢ଼ିବାର ଆଶଙ୍କା ଦେଖାଦେଇଛି। ଏହାର ପ୍ରଭାବ ଭାରତୀୟ ତୈଳ ବଜାର ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି।
The post ପେଟ୍ରୋଲ ଦର ପୁଣି ହେବ ମହଙ୍ଗା,ଲୋହିତ ସାଗର ଦେଇ ପରିବହନ ସାମଗ୍ରୀର ବୀମା ମୂଲ୍ୟ ବୃଦ୍ଧି… appeared first on Dharitri Odia News.