ପେନ୍ସନଧାରୀ ତୁରନ୍ତ କରି ନିଅନ୍ତୁ ଏହି କାମ: ନଚେତ୍ ବନ୍ଦ ହୋଇଯିବ ପେନସନ
ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାରୀ ପେନସନଧାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଏ ଏପର୍ଯ୍ୟନ୍ତ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଏହି କାର୍ଯ୍ୟ କରିବାକୁ ଆଉ ୯ ଦିନ ବାକି ଅଛି। ୩୦ ନଭେମ୍ବର ୨୦୨୪ ପୂର୍ବରୁ ଜୀବନ ପ୍ରମାଣପତ୍ର ଦାଖଲ କରାଇ ନେବାକୁ ପଡ଼ିବ, ନଚେତ୍ ପେନ୍ସନ ସୁବିଧା ବନ୍ଦ ହୋଇପାରେ। ୮୦ ବର୍ଷରୁ ଅଧିକ ପେନସନଧାରୀମାନେ ଅକ୍ଟୋବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ, ଅନ୍ୟ […] The post ପେନ୍ସନଧାରୀ ତୁରନ୍ତ କରି ନିଅନ୍ତୁ ଏହି କାମ: ନଚେତ୍ ବନ୍ଦ ହୋଇଯିବ ପେନସନ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାରୀ ପେନସନଧାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଯଦି ଏ ଏପର୍ଯ୍ୟନ୍ତ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିନାହାଁନ୍ତି, ତେବେ ଏହି କାର୍ଯ୍ୟ କରିବାକୁ ଆଉ ୯ ଦିନ ବାକି ଅଛି। ୩୦ ନଭେମ୍ବର ୨୦୨୪ ପୂର୍ବରୁ ଜୀବନ ପ୍ରମାଣପତ୍ର ଦାଖଲ କରାଇ ନେବାକୁ ପଡ଼ିବ, ନଚେତ୍ ପେନ୍ସନ ସୁବିଧା ବନ୍ଦ ହୋଇପାରେ। ୮୦ ବର୍ଷରୁ ଅଧିକ ପେନସନଧାରୀମାନେ ଅକ୍ଟୋବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ, ଅନ୍ୟ ପେନସନଧାରୀମାନେ ନଭେମ୍ବର ୧, ୨୦୨୪ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ନଭେମ୍ବର ମାସ ପେନସନଧାରୀମାନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ପେନସନ ଗ୍ରହଣ କରୁଥିବା ଲୋକେ ପାଇଁ ୩୦ ନଭେମ୍ବର ୨୦୨୪ ସୁଦ୍ଧା ସେମାନଙ୍କ ବଞ୍ଚିବାର ପ୍ରମାଣପତ୍ର ଦାଖଲ କରିବା ଜରୁରୀ ଅଟେ। ଯାହା ଦ୍ୱାରା ସେମାନେ କୌଣସି ପ୍ରତିବନ୍ଧକ ବିନା ପେନସନ ପାଇବା ଜାରି ରଖିପାରିବେ। ପେନସନଧାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଜୀବନ ପ୍ରମାଣପତ୍ର ଏକ ବର୍ଷ ପାଇଁ ବୈଧ ଅଟେ। ଗତ ବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିଥିବା ପେନସନଧାରୀମାନେ କେବଳ ୩୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ବୈଧ ଅଟନ୍ତି। ଡିସେମ୍ବର ମାସରୁ ପେନସନ ପାଇବା ପାଇଁ, ପେନସନଧାରୀ ୩୦ ନଭେମ୍ବର ସୁଦ୍ଧା ଅର୍ଥାତ ଆସନ୍ତା ୯ ଦିନ ମଧ୍ୟରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ।
ସୁପର ସିନିୟର ନାଗରିକ ଯଥା ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅକ୍ଟୋବର ୧ ରୁ ନଭେମ୍ବର ୩୦, ୨୦୨୪ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ଥିବାବେଳେ ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକମାନେ ନଭେମ୍ବର ୧ ରୁ ନଭେମ୍ବର ୩୦, ୨୦୨୪ ମଧ୍ୟରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହା ଉଭୟ ଅନଲାଇନ ଏବଂ ଅଫଲାଇନରେ କରାଯାଇପାରିବ।
The post ପେନ୍ସନଧାରୀ ତୁରନ୍ତ କରି ନିଅନ୍ତୁ ଏହି କାମ: ନଚେତ୍ ବନ୍ଦ ହୋଇଯିବ ପେନସନ appeared first on Dharitri Odia News.