ପେସାରେ ମୋମୋ ବେପାରୀ ନିଶାରେ ବାଇକ୍‌ ଚୋର, ପୋଲିସକୁ ଦେଖାଇଲା ଚୋରିର ଡେମୋ

ଡେମୋ ଦେଖାଇଲା ଚୋର। କିପରି ଚୋରି କରୁଥିଲେ ମୋମୋ ବେପାରୀ । ରାତିରେ ବିକୁଥିଲେ ମୋମୋ ଦିନରେ କରୁଥିଲେ ବାଇକ୍‌ ଚୋରି । ଏକଥା ଶୁଣି ହୁଏତ ଆପଣଙ୍କୁ ଅଜବ ଲାଗୁଥାଇ ପାରେ । କିନ୍ତୁ ଏଭଳି କିଛି ଘଟିଛି ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ । ଆପଣ ଦେଖୁଥିବା ଏହି ଯୁବକ ଜଣକ ରାତିରେ ମୋମୋ ବିକନ୍ତି ହେଲେ ଦିନରେ ସେ ବାଇକ୍‌ ଚୋରି କରି ସେହି ବାଇକ୍‌ କୁ ଗାଁରେ ବିକିଥାଆନ୍ତି । କଥାରେ ଅଛି […] The post ପେସାରେ ମୋମୋ ବେପାରୀ ନିଶାରେ ବାଇକ୍‌ ଚୋର, ପୋଲିସକୁ ଦେଖାଇଲା ଚୋରିର ଡେମୋ appeared first on KNews Odisha.

ପେସାରେ ମୋମୋ ବେପାରୀ ନିଶାରେ ବାଇକ୍‌ ଚୋର, ପୋଲିସକୁ ଦେଖାଇଲା ଚୋରିର ଡେମୋ

ଡେମୋ ଦେଖାଇଲା ଚୋର। କିପରି ଚୋରି କରୁଥିଲେ ମୋମୋ ବେପାରୀ । ରାତିରେ ବିକୁଥିଲେ ମୋମୋ ଦିନରେ କରୁଥିଲେ ବାଇକ୍‌ ଚୋରି । ଏକଥା ଶୁଣି ହୁଏତ ଆପଣଙ୍କୁ ଅଜବ ଲାଗୁଥାଇ ପାରେ । କିନ୍ତୁ ଏଭଳି କିଛି ଘଟିଛି ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ।

ଆପଣ ଦେଖୁଥିବା ଏହି ଯୁବକ ଜଣକ ରାତିରେ ମୋମୋ ବିକନ୍ତି ହେଲେ ଦିନରେ ସେ ବାଇକ୍‌ ଚୋରି କରି ସେହି ବାଇକ୍‌ କୁ ଗାଁରେ ବିକିଥାଆନ୍ତି । କଥାରେ ଅଛି ଚୋର ଘର କେବେ ଅନ୍ଧାର ରୁହେନି । ଦିନେ ନା ଦିନେ ଆଲୋକ ହୋଇଥାଏ । ଆଜି ତାଙ୍କର ଏହି କାର୍ଯ୍ୟ ଉପରେ ନଜର ପଡ଼ିଛି ପୋଲିସର ।

ହଁ ଆଜ୍ଞା,ରାତିରେ ମୋମୋ ବ୍ୟବସାୟୀ ଦିନରେ ବାଇକ ଲୁଟ୍‌ । ବଡ଼ ବାଇକ ଲୁଟ ଗ୍ୟାଙ୍ଗ ର ପର୍ଦାଫାଶ କରିଛି କମିଶନରେଟ ପୋଲିସ । ୧୫ଟି ବାଇକ ଜବତ କରିଛି କ୍ୟାପିଟାଲ ପୋଲିସ । ୟୁନିଟ ୧ ମାର୍କେଟ ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଚୋରି ହେଉଥିଲା ବାଇକ୍‌ । ପୁରୁଣା ଗାଡି, ଲକ ଖୋଲା ଛାଡି ଦେଉଥିବା ବାଇକ କୁ ଟାର୍ଗେଟ କରୁଥିଲା ଚୋର ।

ତେବେ ଚୋରି କରୁଥିବା ଯୁବକ ଜଣକ ହେଉଛନ୍ତି ରାକେଶ କୁମାର ନାୟକ । ସେ କନ୍ଧମାଳ ରୁ ଆସି ଭୁବନେଶ୍ୱର ୟୁନିଟ୍‌ ୮ ଛକ ନିକଟରେ ରହୁଥିଲା । ସେହିପରି ପାହାଳ ପୋଲିସ ୬ ଟି ବାଇକ ଜବତ ସହ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ତେବେ ଏହି ଚୋରି ପରେ ବିନା ପେପର ରେ ଗାଁ ଗୁଡିକ ରେ ବିକ୍ରି କରୁଥିଲେ ବାଇକ୍‌ ।ଲୋକଙ୍କୁ ଭୂଆଁ ବୁଲାଇ ମିଛ ସତ କହି ବିକ୍ରି କରୁଥିଲେ ବାଇକ୍‌ ।

ଏନେଇ ପାହାଳ ପୋଲିସ ଓ ସ୍ପେଶାଲ ସ୍କୁଆଡ଼ ତଦନ୍ତ କରୁଛନ୍ତି । ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛନ୍ତି ।ତେବେ ଖୁବ ଶୀଘ୍ର ସଫଳତା ମିଳିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ଏହା ସହ ବାହାରକୁ ଇଣ୍ଟର ନାଲ ଲକିଙ୍ଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏହି ଅଭିଯୁକ୍ତ ଦ୍ୱୟଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି କରିଛି ।

The post ପେସାରେ ମୋମୋ ବେପାରୀ ନିଶାରେ ବାଇକ୍‌ ଚୋର, ପୋଲିସକୁ ଦେଖାଇଲା ଚୋରିର ଡେମୋ appeared first on KNews Odisha.