ପୋଲ ତଳକୁ ଖସିଲା ଟ୍ରକ, ଚାଲିଗଲା ଦୁଇ ଜୀବନ
ବାରିପଦା ୧୩।୦୩ : ମୟୁରଭଞ୍ଜ ଜିଲ୍ଲା ବାରିପଦା ଜଗନ୍ନାଥଖୁଣ୍ଟା ନିକଟରେ ଦୁର୍ଘଟଣା । ପୋଲ ତଳକୁ ଖସିଲା ଟ୍ରକ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଟ୍ରକର ଡ୍ରାଇଭର ଏବଂ ହେଲ୍ପର ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାରିପଦାରୁ ଝାର୍ପୋଖରିଆ ଅଭିମୁଖେ ଯାଉଥିଲେ ଏକ ଟ୍ରକ । ହେଲେ ୧୮ ନମ୍ବର ଜାତୀୟ ରାଜପଥର ଜଗନ୍ନାଥ ଖୁଣ୍ଟା ନିକଟରେ ,ଭାରସାମ୍ୟ ହରାଇ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଉପରେ ନିର୍ମିତ ପୋଲ ତଳକୁ ଖସି ପଡ଼ିଥିଲା। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ଗାଡି ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ହୋଇସାରିଛି । ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।
ବାରିପଦା ୧୩।୦୩ : ମୟୁରଭଞ୍ଜ ଜିଲ୍ଲା ବାରିପଦା ଜଗନ୍ନାଥଖୁଣ୍ଟା ନିକଟରେ ଦୁର୍ଘଟଣା । ପୋଲ ତଳକୁ ଖସିଲା ଟ୍ରକ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଟ୍ରକର ଡ୍ରାଇଭର ଏବଂ ହେଲ୍ପର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାରିପଦାରୁ ଝାର୍ପୋଖରିଆ ଅଭିମୁଖେ ଯାଉଥିଲେ ଏକ ଟ୍ରକ । ହେଲେ ୧୮ ନମ୍ବର ଜାତୀୟ ରାଜପଥର ଜଗନ୍ନାଥ ଖୁଣ୍ଟା ନିକଟରେ ,ଭାରସାମ୍ୟ ହରାଇ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଉପରେ ନିର୍ମିତ ପୋଲ ତଳକୁ ଖସି ପଡ଼ିଥିଲା। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ଗାଡି ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ହୋଇସାରିଛି । ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।