ପୋଲିସ ହାବୁଡ଼ରେ ବନ୍ଧୁକ ବେପାରୀ , ୫ ପିସ୍ତଲ ଜବତ

ଭୁବନେଶ୍ୱର ୨୯।୦୭ : କମିଶନରେଟ୍  ପୋଲିସକୁ ସଫଳତା । କମିଶନରେଟ୍‌ ପୋଲିସ ପଞ୍ଝାରେ ବନ୍ଧୁକ ବେପାରୀ । ୫ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଏହାସହିତ ସେମାନଙ୍କ ନିକଟରୁ ୫ଟି ପିସ୍ତାଲ ମଧ୍ୟ ଜବତ ହୋଇଛି । ଖବର ଅନୁଯାୟୀ, କଟକ ଏବଂ ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି ବନ୍ଧୁକ ବେପାର କରୁଥିଲେ । କମିଶନରେଟ୍‌ ପୋଲିସ ନିକଟର ଚୋରାରେ ବନ୍ଧୁକ ବେପାର ନେଇ ସୂଚନା ମିଳିଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଛି କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏହାସହିତ ସେମାନଙ୍କ ନିକଟରୁ ୫ଟି ପିସ୍ତଲ ମଧ୍ୟ ଜବତ ହୋଇଛି । ତେବେ ଏହି ବନ୍ଧୁକ କାରବାରରେ କିଏ କିଏ ସାମିଲ ଅଛନ୍ତି । କାହାକୁ କାହାକୁ ବିକ୍ରି କରାଯାଉଥିଲା । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ ।  

ପୋଲିସ ହାବୁଡ଼ରେ ବନ୍ଧୁକ ବେପାରୀ , ୫ ପିସ୍ତଲ ଜବତ

ଭୁବନେଶ୍ୱର ୨୯।୦୭ : କମିଶନରେଟ୍  ପୋଲିସକୁ ସଫଳତା । କମିଶନରେଟ୍‌ ପୋଲିସ ପଞ୍ଝାରେ ବନ୍ଧୁକ ବେପାରୀ । ୫ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଏହାସହିତ ସେମାନଙ୍କ ନିକଟରୁ ୫ଟି ପିସ୍ତାଲ ମଧ୍ୟ ଜବତ ହୋଇଛି । 

ଖବର ଅନୁଯାୟୀ, କଟକ ଏବଂ ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି ବନ୍ଧୁକ ବେପାର କରୁଥିଲେ । କମିଶନରେଟ୍‌ ପୋଲିସ ନିକଟର ଚୋରାରେ ବନ୍ଧୁକ ବେପାର ନେଇ ସୂଚନା ମିଳିଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଛି କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏହାସହିତ ସେମାନଙ୍କ ନିକଟରୁ ୫ଟି ପିସ୍ତଲ ମଧ୍ୟ ଜବତ ହୋଇଛି । ତେବେ ଏହି ବନ୍ଧୁକ କାରବାରରେ କିଏ କିଏ ସାମିଲ ଅଛନ୍ତି । କାହାକୁ କାହାକୁ ବିକ୍ରି କରାଯାଉଥିଲା । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ ।