ପୋଖରୀରୁ ପଙ୍କ ଉଦ୍ଧାର ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିବ ତାଲା, ବସ୍ତିବାସିନ୍ଦାଙ୍କ ଚେତାବନୀ

ଥୁଆମୂଳ ରାମପୁର,୭ା୧୧(ଦୁର୍ଗା କୀର୍ତ୍ତି): ସରକାରଙ୍କ ତରଫରୁ ସ୍ବଚ୍ଛ ଭାରତ ସୁସ୍ଥ ଜୀବନ ନାରାବାଜି ଦିଆଯାଉଥିବା ବେଳେ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି, ତଥାପି ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନାରେ ଓ ପୁତିଗନ୍ଧମୟ ପାଣି ଭରପୁର ରହିଥିବା ସ୍ଥାନକୁ ଦେଖିଲେ ଜଣାପଡ଼େ ଯେ, ସ୍ବଚ୍ଛ ଭାରତ ଓ ସୁସ୍ଥ ଜୀବନ ନାରାବାଜି ଏକ ପ୍ରହସନ ପାଲଟିଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଦୂଷିତ ଜଳରେ ଗାଧୋଇବା ନିତିଦିନିଆ ହୋଇଥିବା ବେଳେ ସେହି ସ୍ଥାନର […] The post ପୋଖରୀରୁ ପଙ୍କ ଉଦ୍ଧାର ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିବ ତାଲା, ବସ୍ତିବାସିନ୍ଦାଙ୍କ ଚେତାବନୀ appeared first on Dharitri Odia News.

ପୋଖରୀରୁ ପଙ୍କ ଉଦ୍ଧାର ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିବ ତାଲା, ବସ୍ତିବାସିନ୍ଦାଙ୍କ ଚେତାବନୀ

ଥୁଆମୂଳ ରାମପୁର,୭ା୧୧(ଦୁର୍ଗା କୀର୍ତ୍ତି): ସରକାରଙ୍କ ତରଫରୁ ସ୍ବଚ୍ଛ ଭାରତ ସୁସ୍ଥ ଜୀବନ ନାରାବାଜି ଦିଆଯାଉଥିବା ବେଳେ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି, ତଥାପି ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନାରେ ଓ ପୁତିଗନ୍ଧମୟ ପାଣି ଭରପୁର ରହିଥିବା ସ୍ଥାନକୁ ଦେଖିଲେ ଜଣାପଡ଼େ ଯେ, ସ୍ବଚ୍ଛ ଭାରତ ଓ ସୁସ୍ଥ ଜୀବନ ନାରାବାଜି ଏକ ପ୍ରହସନ ପାଲଟିଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଦୂଷିତ ଜଳରେ ଗାଧୋଇବା ନିତିଦିନିଆ ହୋଇଥିବା ବେଳେ ସେହି ସ୍ଥାନର ଅବସ୍ଥା ଯାହା ଯିଏ ନିଜେ ନ ଦେଖିଛି ସେ ବିଶ୍ୱାସ କରିପାରିବେ ନାହିଁ।

ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ମୁଖ୍ୟାଳୟସ୍ଥିତ ଦୁଇଟି ପୋଖରୀ। ଯାହାର ନାମ ହେଉଛି ପୁରୁଷୋତ୍ତମ ସାଗର ଓ ଆଡ଼ିବନ୍ଧ (ଆଡ଼କଟା) ଯାହାକି ରଜା ବସତି ସମୟର ଏହି ପୋଖରୀ ଭବାନୀପାଟଣା ଓ ଥୁଆମୁଳ ରାମପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉଭୟ ପାଶର୍‌ବରେ ରହିଛି। ଏହି ଦୁଇଟି ପୋଖରୀରେ ଥୁଆମୁଳ ରାମପୁର ବ୍ଲକସ୍ଥିତ ବସ୍ତି ବାସୀ ଓ ପଡ଼ାବାସୀ ଆବାହନ କାଳରୁ ନିର୍ଭର କରୁଛନ୍ତି। ନିତିଦିନିଆ ଗାଧୋଇବା ସେମାନଙ୍କ ପାଇଁ ସୁବିଧା ହେଉଛି ହେଲେ ବର୍ତ୍ତମାନ ପୋଖରୀ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ପୋଖରୀ ପାଣି ଗନ୍ଧ ଯୁକ୍ତ ହେଉଛି। ବର୍ଷାଦିନର ପାଣି ପଡ଼ାରୁ ଆସି ପୋଖରୀ ପ୍ରବେଶ କରିଥାଏ। ଏହାଦ୍ବାରା ପଙ୍କ ଓ ଅନାବନା ଘାସଲତାରେ ଭରପୂର ରହିଛି। ତଥାପି ପଡ଼ାବାସୀ ଗାଧୋଇବା ପାଇଁ ବାଧ୍ୟ ହେଉଛନ୍ତି ଦୀର୍ଘଦିନରୁ ପୋଖରୀ ଦ୍ବୟର ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେବା ସ୍ବତ୍ତ୍ୱେ ପୋଖରୀ ଦ୍ବୟରେ ଅବସ୍ଥାରେ ପରିବର୍ତ୍ତନ ହେଲା ନାହିଁ।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଅନେକ ଥର ଖବର ପ୍ରସାର ମଧ୍ୟ ହୋଇଛି। ହେଲେ ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡ଼ିଛି l ତେବେ ଏନେଇ ପଡ଼ାବାସୀ ବିଡିଓଙ୍କ ଦ୍ବାରସ୍ଥ ହୋଇ ପଙ୍କ ଉଦ୍ଧାର ପାଇଁ ଲିଖିତ ଅଭିଯୋଗ ଜଣାଇଥିବା ଜଣାପଡ଼ିଛି। ହେଲେ ଏହା ଉପରେ ବ୍ଲକ ପ୍ରଶାସନ କେତେ ତତ୍ପରତା ଦେଖାଇ ପୋଖରୀ ଦ୍ବୟର ପଙ୍କ ଉଦ୍ଧାର କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ରହିଲା।
ଏ ସମ୍ପର୍କରେ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି ପଚାରି ବୁଝିବାରୁ ମୁଁ ଅଫିସିଆଲ କାମରେ ରାଜଧାନୀ ଆସିଛି। ଫେରିଲା ପରେ କ’ଣ ହୋଇଛି ତାହାର ତଦାରଖ କରି କିଛି ବ୍ୟବସ୍ଥା କରାଇବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସ୍ଥାନୀୟ ସରପଞ୍ଚ ବିଜୟା ମାଝୀଙ୍କୁ ପଚାରିବାରୁ ବହୁତ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

The post ପୋଖରୀରୁ ପଙ୍କ ଉଦ୍ଧାର ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିବ ତାଲା, ବସ୍ତିବାସିନ୍ଦାଙ୍କ ଚେତାବନୀ appeared first on Dharitri Odia News.