ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ କରିଛି। ମୃତ ବୃଦ୍ଧା ହେଲେ ଟିକ୍ରାପଡ଼ା ଗାଁ ପହରିଆ ପଡ଼ାର ହୀରାଦେଈ ପହରିଆ (୭୦)। ସୂଚନା ଅନୁଯାୟୀ ମଙ୍ଗଳବାର ଗାଁ ପୋଖରୀରେ ଗାଧୋଉଥିବା ସମୟରେ କେତେଜଣ ବ୍ୟକ୍ତି ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କୋମନା ଥାନା ଆଇଆଇସି ସୁମନ୍ତ ନାଏକଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ […] The post ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ appeared first on Dharitri Odia News.

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ କରିଛି। ମୃତ ବୃଦ୍ଧା ହେଲେ ଟିକ୍ରାପଡ଼ା ଗାଁ ପହରିଆ ପଡ଼ାର ହୀରାଦେଈ ପହରିଆ (୭୦)। ସୂଚନା ଅନୁଯାୟୀ ମଙ୍ଗଳବାର ଗାଁ ପୋଖରୀରେ ଗାଧୋଉଥିବା ସମୟରେ କେତେଜଣ ବ୍ୟକ୍ତି ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କୋମନା ଥାନା ଆଇଆଇସି ସୁମନ୍ତ ନାଏକଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ଗୋଡ଼ ହାତକୁ ଲୁଗାରେ ବନ୍ଧା ଯାଇଥିବା ଏବଂ ଓଜନିଆ ପଥର ବେକରେ ଝୁଲାଯାଇଥିବା ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ମହିଳା ଜଣକ ଟିକ୍ରାପଡ଼ା ପହରିଆପଡ଼ାରେ ରହୁଥିବା ବେଳେ ତାଙ୍କ ସ୍ବାମୀଙ୍କ ବହୁବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ତାଙ୍କର ଏକମାତ୍ର ଝିଅ ବୋଡ଼େନ ବ୍ଲକ୍‌ର ଏକ ଗାଁରେ ବିବାହ କରିଛନ୍ତି। ସେ ଏକୁଟିଆ ଘରେ ରହୁଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରୁଥିବା ବେଳେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟହେବ ବୋଲି ଆଇଆଇସି ନାଏକ ସୂଚନା ଦେଇଛନ୍ତି।

The post ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ appeared first on Dharitri Odia News.