ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ, ଶୌଚ ହେବାକୁ ଯାଇଥିବା ବେଳେ ଅଘଟଣ

ନୟାଗଡ଼ ୧।୮: ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ । ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ଅଘଟଣ ।ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ାଝରି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ାଝରି ଗ୍ରାମରେ ପୋଖରୀରେ ବୁଡି ୮ ବର୍ଷର ନାବାଳକଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ସେବି ଗାଁର ସୁରେଶ ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା । ଗୁରୁବାର ସକାଳ ସମୟରେ ସୂର୍ଯ୍ୟକାନ୍ତ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ କାଦୁଅରେ ଗୋଡ଼ ଖସି ଯାଇଥିଲା । ଫଳରେ ଗଭୀର ଜଳ ମଧ୍ୟରେ ସେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ଲୋକ ଖୋଜାଖୋଜି କରି ପୋଖରୀ ଭିତରୁ ନାବାଳକଙ୍କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ  ନାବାଳକଙ୍କର ମୃତ୍ୟୁ ହୋଇଯାଇଥିଲା ।You Can Read:ସୋନି ଯାଦବ ଘଟଣାର ପୁନରାବୃତ୍ତି, ୬୦ କିମି ଭାସିବା ପରେ ମହାନଦୀରୁ ଛତିଶଗଡ଼ ମହିଳା ଉଦ୍ଧାର

ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ, ଶୌଚ ହେବାକୁ ଯାଇଥିବା ବେଳେ ଅଘଟଣ

ନୟାଗଡ଼ ୧।୮: ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ । ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ଅଘଟଣ ।ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ାଝରି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ାଝରି ଗ୍ରାମରେ ପୋଖରୀରେ ବୁଡି ୮ ବର୍ଷର ନାବାଳକଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ସେବି ଗାଁର ସୁରେଶ ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା । ଗୁରୁବାର ସକାଳ ସମୟରେ ସୂର୍ଯ୍ୟକାନ୍ତ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ କାଦୁଅରେ ଗୋଡ଼ ଖସି ଯାଇଥିଲା । ଫଳରେ ଗଭୀର ଜଳ ମଧ୍ୟରେ ସେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ଲୋକ ଖୋଜାଖୋଜି କରି ପୋଖରୀ ଭିତରୁ ନାବାଳକଙ୍କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ  ନାବାଳକଙ୍କର ମୃତ୍ୟୁ ହୋଇଯାଇଥିଲା ।

You Can Read:

ସୋନି ଯାଦବ ଘଟଣାର ପୁନରାବୃତ୍ତି, ୬୦ କିମି ଭାସିବା ପରେ ମହାନଦୀରୁ ଛତିଶଗଡ଼ ମହିଳା ଉଦ୍ଧାର