ପୋଖରୀରେ ବୁଡ଼ି ନାବାଳିକା ମୃତ

ଗାଧୋଉଥିବା ସମୟରେ ସେ ପୋଖରୀରେ ବୁଡ଼ି ଯାଇଥିଲେ

ପୋଖରୀରେ ବୁଡ଼ି ନାବାଳିକା ମୃତ

ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ପରା ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜିନା ପ୍ରଧାନ। ସେ ସପ୍ତମ ଶ୍ରେଣୀରେ ପଢୁଥିଲେ। 

ଗାଁର କନ୍ଦର୍ପ ପ୍ରଧାନଙ୍କ ଝିଅ ଜିନା ଆଜି ସ୍କୁଲରେ ଗୁରୁ ଦିବସ ପାଳନ କରି ଘରକୁ ଫେରିବା ପରେ ସାଙ୍ଗମାନଙ୍କ ସହ ମିଶି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କର ସାଙ୍ଗମାନେ ଜିନାଙ୍କ ପରିବାର ଲୋକଙ୍କ ସହିତ ଗାଁ ଲୋକଙ୍କୁ ଖବର ଦେଇଥିଲେ। 

ଜିନାଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ଓ ଗ୍ରାମବାସୀ ପ୍ରୟାସ କରିଥିଲେ। ବେଶ୍ କିଛି ସମୟ ଧରି ଖୋଜାଖୋଜି କରିବା ପରେ ସେମାନେ ଜିନାଙ୍କୁ ପୋଖରୀରୁ ପାଇଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ପରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।