ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ

ଜୟପାଟଣା,୮।୨(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମକୁ ଯାଉଥିବା କେନାଲ ରାସ୍ତାର ଏକ ପୋଖରୀରୁ ଶନିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ଜୟପାଟଣା ବ୍ଲକ ପଡାର ପ୍ରମୋଦ ନାଏକ(୩୧)ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ପରିବାର ଵର୍ଗ ଅଭିଯୋଗ ଆଣିଛନ୍ତି । ପ୍ରମୋଦକୁ ଶୁକ୍ରବାର […] The post ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ appeared first on Dharitri Odia News.

ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ

ଜୟପାଟଣା,୮।୨(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମକୁ ଯାଉଥିବା କେନାଲ ରାସ୍ତାର ଏକ ପୋଖରୀରୁ ଶନିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ଜୟପାଟଣା ବ୍ଲକ ପଡାର ପ୍ରମୋଦ ନାଏକ(୩୧)ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ପରିବାର ଵର୍ଗ
ଅଭିଯୋଗ ଆଣିଛନ୍ତି । ପ୍ରମୋଦକୁ ଶୁକ୍ରବାର ରାତି ୮ ଟାରେ କେହି ଜଣେ ଫୋନ କରିବାରୁ ଘରୁ ବାହାରି ଆଉ ଘର କୁ ଫେରି ନଥିଲେ।କିନ୍ତୁ ଶନିବାର ସକାଳୁ ଏକ ନିଛାଟିଆ ପୋଖରୀ ରେ ତାଙ୍କ ମୃତ ଦେହ ଭାସୁଥିବା ଦେଖା ଯାଇଥିଲା।ପ୍ରମୋଦ ଙ୍କ ଦୁଇ ପୁଅ ଓ ସ୍ତ୍ରୀ ଥିବା ବେଳେ ସେ ୱାଟର ସର୍ଭିସିଂ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ବାନେର ଧନୁଯାତ୍ରାରେ ପ୍ରମୋଦ ଙ୍କ ସହ କିଛି ଲୋକେ ଝଗଡା କରିଥିବା ବେଳେ ତାକୁ କେନ୍ଦ୍ର କରି ଏ ହତ୍ୟା ହୋଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

The post ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ appeared first on Dharitri Odia News.