ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବଙ୍କ ପୀଠରୁ ଶ୍ରୀମନ୍ଦିର ଯିବ ଭାର

ନିଆଳି ୨୨/୧୧: ଶନିବାର ମାର୍ଗଶୀର ଅଷ୍ଟମୀ ତିଥି । ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ନଭେମ୍ବର ୨୨ ତାରିଖ ଶୁକ୍ରବାର ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯାତ୍ରା ବାହାରିବ । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର  ଓ ଅନ୍ୟାନ ପୋଢୁଆଁ ସାମଗ୍ରୀ ବିଧି ମୁତାବକ ପଠାଯିବ । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି - ଅରୁଆ ଚାଉଳ,ବିରି,ନଡ଼ିଆ,ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ  ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।  ଶୁକ୍ରବାର ସକାଳେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ କରାଯିବ । କାର୍ଯ୍ୟସୂଚୀ ଅନୁଯାୟୀ - ଭୋଇସେବକ ମାନେ ଆଗରେ ପତାକା ଧରି ଚାଲିବେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ । ଏହା ପଛକୁ ଗଡ଼ୁଆ ସେବକ ପାଇକ ଆଖଡା କରିବେ । ରାମତାଳି / ଲଉଡ଼ି  ପ୍ରଦର୍ଶନ କରାଯିବ । ଯାତ୍ରା ବାଟରେ ପ୍ରାୟ ଶତାଧିକ ସୁଶୋଭିତ ସଂକୀର୍ତ୍ତନ ଓ ଘଣ୍ଟ –ପଖୈ।ଜ ଦଳ ଏହି ଶୋଭାଯାତ୍ରାରେ ସାମିଲ ହେବେ । ବେହେରା ସେବକ ମାନେ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ

ପୋଢୁଆଁ ହେବେ ବଡଠାକୁର, ଶ୍ରୀମାଧବଙ୍କ ପୀଠରୁ ଶ୍ରୀମନ୍ଦିର ଯିବ ଭାର

ନିଆଳି ୨୨/୧୧: ଶନିବାର ମାର୍ଗଶୀର ଅଷ୍ଟମୀ ତିଥି । ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥି ନଭେମ୍ବର ୨୨ ତାରିଖ ଶୁକ୍ରବାର ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯାତ୍ରା ବାହାରିବ । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର  ଓ ଅନ୍ୟାନ ପୋଢୁଆଁ ସାମଗ୍ରୀ ବିଧି ମୁତାବକ ପଠାଯିବ । 

ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି - ଅରୁଆ ଚାଉଳ,ବିରି,ନଡ଼ିଆ,ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ  ; ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ।  ଶୁକ୍ରବାର ସକାଳେ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭାର ଓ ଶୋଭାଯାତ୍ରା ଆରମ୍ଭ କରାଯିବ । କାର୍ଯ୍ୟସୂଚୀ ଅନୁଯାୟୀ - ଭୋଇସେବକ ମାନେ ଆଗରେ ପତାକା ଧରି ଚାଲିବେ । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇବେ । 

ଏହା ପଛକୁ ଗଡ଼ୁଆ ସେବକ ପାଇକ ଆଖଡା କରିବେ । ରାମତାଳି / ଲଉଡ଼ି  ପ୍ରଦର୍ଶନ କରାଯିବ । ଯାତ୍ରା ବାଟରେ ପ୍ରାୟ ଶତାଧିକ ସୁଶୋଭିତ ସଂକୀର୍ତ୍ତନ ଓ ଘଣ୍ଟ –ପଖୈ।ଜ ଦଳ ଏହି ଶୋଭାଯାତ୍ରାରେ ସାମିଲ ହେବେ । ବେହେରା ସେବକ ମାନେ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିବେ । ମାଧବର ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ , ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏଥିରେ ସାମିଲ ହେବେ  ।  

ଏଥିରେ ସାମିଲ ହେବାକୁ ପ୍ରାଚୀ ଅଞ୍ଚଳର ସମସ୍ତ ମାଧବ ଓ  ଦ୍ୱାଦଶ ଶମ୍ଭୁ ପୀଠକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଭକ୍ତମାନଙ୍କ ପାଇଁ ଚାରିଛକ ଓ ଗଣେଶ୍ୱରପୁରଠାରେ ଦହିପଣା ଓ ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଛି । ଏହି ଶୋଭାଯାତ୍ରା ମାଧବ , ଚନ୍ଦ୍ରମଉଳି , ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଓ ବାଲିଗୁଆଳି ଦେଇ ଅପରାହ୍ଣ ୨ ଟା ୩୦ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ ।  

ସେଠାରୁ ଅପରାହ୍ଣ ୩ ଟାରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହଣ ୪ ଟା ସୁଦ୍ଧା ପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ପ୍ରଥମାଷ୍ଟମୀ ଅର୍ଥାତ ଶନିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କଠାରେ ପୋଢୁଆଁ ବସ୍ତ୍ର ଲାଗି ହେବ । ଏହିଦିନ ନିଆଳି ମାଧବ ଯାଦବ ମାନଙ୍କ ପକ୍ଷରୁ ପୋଢୁଆଁ ଭାର ଯାଇଥିବା ବାଟରେ ପଡ଼ୁଥିବା ବିଭିନ୍ନ ଅଞ୍ଚଳ ଓ ବଡ଼ଦାଣ୍ଡରେ ପିଠା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି  ।