ପୋତିହୋଇଛି ଡ୍ରେନ୍‌, ରାସ୍ତାରେ ଜମୁଛି ମଇଳାପାଣି

ରିଷିଡ଼ା,୨୪ା୫(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା ପଞ୍ଚାୟତର ରାମମନ୍ଦିର ଛକଠାରୁ ମିଲନ ଛକ କନ୍ଧପଡ଼ା କନାରପଡ଼ା ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେକ ସ୍ଥାନରେ ଡ୍ରେନ୍‌ ସଫା ହେଉ ନ ଥିବାବେଳେ ଆଉ କେଉଁଠି ଅନାବନା ଗଛ ଉଠି ଦୀଘଦିନରୁ ପୋତିହୋଇରହିଛି। ଫଳରେ ଅଦିନିଆ ବର୍ଷାରେ ଡ୍ରେନ୍‌ରେ ପାଣି ଯାଇ ନ ପାରି ରାସ୍ତାରେ ଚାଲୁଛି। ବର୍ଷା ଛାଡ଼ିଯିବା ପରେ ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇରହୁଛି। ଏହି ରାସ୍ତା […] The post ପୋତିହୋଇଛି ଡ୍ରେନ୍‌, ରାସ୍ତାରେ ଜମୁଛି ମଇଳାପାଣି appeared first on Dharitri Odia News.

ପୋତିହୋଇଛି ଡ୍ରେନ୍‌, ରାସ୍ତାରେ ଜମୁଛି ମଇଳାପାଣି

ରିଷିଡ଼ା,୨୪ା୫(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା ପଞ୍ଚାୟତର ରାମମନ୍ଦିର ଛକଠାରୁ ମିଲନ ଛକ କନ୍ଧପଡ଼ା କନାରପଡ଼ା ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେକ ସ୍ଥାନରେ ଡ୍ରେନ୍‌ ସଫା ହେଉ ନ ଥିବାବେଳେ ଆଉ କେଉଁଠି ଅନାବନା ଗଛ ଉଠି ଦୀଘଦିନରୁ ପୋତିହୋଇରହିଛି। ଫଳରେ ଅଦିନିଆ ବର୍ଷାରେ ଡ୍ରେନ୍‌ରେ ପାଣି ଯାଇ ନ ପାରି ରାସ୍ତାରେ ଚାଲୁଛି। ବର୍ଷା ଛାଡ଼ିଯିବା ପରେ ରାସ୍ତାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇରହୁଛି। ଏହି ରାସ୍ତା ଦେଇ କଟକ, ଭୁବନେଶ୍ବର ସମେତ ବିଭିନ୍ନ ଜିଲା ମୁଖ୍ୟାଳୟକୁ ହାଇଟେକ୍‌ ବସ୍‌ ଚଳାଚଳ କରୁଛି। କିନ୍ତୁ ରାସ୍ତାରେ ପାଣି ଲହଡି ମାରୁଥିବାବେଳେ ବସ୍‌ ଯାତାୟାତ ବିପଦପୂର୍ଣ୍ଣ ରହୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ଷା ଜାରି ରହିବା ସମୟରେ ଲୋକଙ୍କ ଘରକୁ ଆବର୍ଜନା ପାଣି ପଶୁଥିବା ଦେଖାଯାଉଛି। ପୁଣି ରାସ୍ତାରେ ଅଳିଆ ଆବର୍ଜନା ପଡ଼ି ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବରାଜ ରଣାଙ୍କୁ ପଚାରିବାରୁ ଏହି ସମସ୍ୟା ସମାଧାନ ନେଇ ଯୋଜନା ରହିଛି ଓ ଖୁବ୍‌ଶୀଘ୍ର କାର୍ଯ୍ୟ ତ୍ୱରାନ୍ବିତ କରାଯିବ ବୋଲି ସେ କହିଥିଲେ।

The post ପୋତିହୋଇଛି ଡ୍ରେନ୍‌, ରାସ୍ତାରେ ଜମୁଛି ମଇଳାପାଣି appeared first on Dharitri Odia News.