ପୋର୍ଶ ଦୁର୍ଘଟଣା ମାମଲାରେ ବଡ଼ ଆକ୍ସନ, ୨ ପୋଲିସକର୍ମୀ ନିଲମ୍ୱିତ
ନୂଆଦିଲ୍ଲୀ: ପୁଣେ ପୋର୍ଶ ମାମଲାରେ ଶୁକ୍ରବାର ବଡ଼ ଆକ୍ସନ ନିଆଯାଇଛି । ଅଭିଯୁକ୍ତ ନାବାଳକକୁ ଯେଉଁ ପୋଲିସ ଷ୍ଟେସନ ନିଆଯାଇଥିଲା, ସେଠାକାର ଦୁଇ ପୋଲିସକର୍ମୀଙ୍କୁ ନିଲମ୍ୱନ କରାଯାଇଛି । ରିପୋର୍ଟ ଅନୁସାରେ, ପ୍ରୋଟୋକଲ ପାଳନ କରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୁହାଯାଉଛି ଯେ ଏହି ଦୁଇ ଜଣ ପୋଲିସକର୍ମୀ ଘଟଣାର ତୁରନ୍ତ ପରେ ସେଠାରେ ପହଞ୍ଚିଥିଲେ । ପ୍ରାରମ୍ଭିକ ତଦନ୍ତରେ ସାମନାକୁ ଆସିଛି ଯେ ସେମାନେ ଘଟଣାର ସୂଚନା ନିଜ ଉପରସ୍ଥ ଅଧିକାରୀଙ୍କୁ ଦେଇନଥିଲେ ଏବଂ କଣ୍ଟ୍ରୋଲ୍ ରୁମ୍ ଯାଏ ମଧ୍ୟ ସୂଚନା ପହଞ୍ଚାଇ ନଥିଲେ ।ଅନ୍ୟପଟେ ପୁଣେ ଅଦାଲତ ପୋର୍ଶ ଦୁର୍ଘଟଣା ମାମଲାରେ ୧୭ ବର୍ଷୀୟ ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ସମେତ ୬ ଜଣଙ୍କୁ ଜୁନ୍ ୭ ଯାଏ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । କଲ୍ୟାଣୀନଗରରେ ରବିବାର ପୋର୍ଶ କାର ଚଲାଉଥିବା ନାବାଳକ ବାଇକରେ ଯାଉଥିବା ୨ ସ୍ପଷ୍ଟୱେର ଇଞ୍ଜିନିୟରକୁ ଚଢାଇ ଦେଇଥିଲା । ଘଟଣାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଦାବି କରିଥିଲା ଯେ ନାବାଳକ ଜଣକ ମଦ ନିଶାରେ କାର ଚଲାଉଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ପୋଲିସ ହେପାଜତକୁ ବଢାଇବା ପାଇଁ ଅପିଲ୍ କରିଥିଲେ । ତେବେ କୋର୍ଟ ଅଗ୍ରାୱଲ ଏବଂ ବାର ମାଲିକ ଏବଂ କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ନୂଆଦିଲ୍ଲୀ: ପୁଣେ ପୋର୍ଶ ମାମଲାରେ ଶୁକ୍ରବାର ବଡ଼ ଆକ୍ସନ ନିଆଯାଇଛି । ଅଭିଯୁକ୍ତ ନାବାଳକକୁ ଯେଉଁ ପୋଲିସ ଷ୍ଟେସନ ନିଆଯାଇଥିଲା, ସେଠାକାର ଦୁଇ ପୋଲିସକର୍ମୀଙ୍କୁ ନିଲମ୍ୱନ କରାଯାଇଛି । ରିପୋର୍ଟ ଅନୁସାରେ, ପ୍ରୋଟୋକଲ ପାଳନ କରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୁହାଯାଉଛି ଯେ ଏହି ଦୁଇ ଜଣ ପୋଲିସକର୍ମୀ ଘଟଣାର ତୁରନ୍ତ ପରେ ସେଠାରେ ପହଞ୍ଚିଥିଲେ । ପ୍ରାରମ୍ଭିକ ତଦନ୍ତରେ ସାମନାକୁ ଆସିଛି ଯେ ସେମାନେ ଘଟଣାର ସୂଚନା ନିଜ ଉପରସ୍ଥ ଅଧିକାରୀଙ୍କୁ ଦେଇନଥିଲେ ଏବଂ କଣ୍ଟ୍ରୋଲ୍ ରୁମ୍ ଯାଏ ମଧ୍ୟ ସୂଚନା ପହଞ୍ଚାଇ ନଥିଲେ ।
ଅନ୍ୟପଟେ ପୁଣେ ଅଦାଲତ ପୋର୍ଶ ଦୁର୍ଘଟଣା ମାମଲାରେ ୧୭ ବର୍ଷୀୟ ଅଭିଯୁକ୍ତର ବାପା ବିଶାଳ ଅଗ୍ରୱାଲ ସମେତ ୬ ଜଣଙ୍କୁ ଜୁନ୍ ୭ ଯାଏ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । କଲ୍ୟାଣୀନଗରରେ ରବିବାର ପୋର୍ଶ କାର ଚଲାଉଥିବା ନାବାଳକ ବାଇକରେ ଯାଉଥିବା ୨ ସ୍ପଷ୍ଟୱେର ଇଞ୍ଜିନିୟରକୁ ଚଢାଇ ଦେଇଥିଲା । ଘଟଣାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଦାବି କରିଥିଲା ଯେ ନାବାଳକ ଜଣକ ମଦ ନିଶାରେ କାର ଚଲାଉଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ପୋଲିସ ହେପାଜତକୁ ବଢାଇବା ପାଇଁ ଅପିଲ୍ କରିଥିଲେ । ତେବେ କୋର୍ଟ ଅଗ୍ରାୱଲ ଏବଂ ବାର ମାଲିକ ଏବଂ କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।