ପୋଲସରାରୁ ଚୋରି ଟ୍ରାକ୍ଟର ପିପିଲିରୁ ଜବତ

ପୁରୁଷୋତ୍ତମପୁର,୨୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହାକି ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରୁ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ପୋଲିସ ତିନିଦିନ ମଧ୍ୟରେ ପୁରୀ ଜିଲା ପିପିଲିଠାରୁ ଜବତ କରିବାରେ ସକ୍ଷମ ହୋଇଛି। ଏଥିନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡଃ ଦୀପକ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ପୋଲସରା ଥାନା ମଥୁରା ଅଧର ସାହିର କାହ୍ନୁଚରଣ ସ୍ବାଇଁ ତାଙ୍କର ଟ୍ରାକ୍ଟରଟି ଘର ନିକଟରେ ରଖିଥିବା ବେଳେ ଗତ […] The post ପୋଲସରାରୁ ଚୋରି ଟ୍ରାକ୍ଟର ପିପିଲିରୁ ଜବତ appeared first on Dharitri Odia News.

ପୋଲସରାରୁ ଚୋରି ଟ୍ରାକ୍ଟର ପିପିଲିରୁ ଜବତ

ପୁରୁଷୋତ୍ତମପୁର,୨୫ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୋଲସରା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହାକି ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରୁ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ପୋଲିସ ତିନିଦିନ ମଧ୍ୟରେ ପୁରୀ ଜିଲା ପିପିଲିଠାରୁ ଜବତ କରିବାରେ ସକ୍ଷମ ହୋଇଛି। ଏଥିନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡଃ ଦୀପକ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ପୋଲସରା ଥାନା ମଥୁରା ଅଧର ସାହିର କାହ୍ନୁଚରଣ ସ୍ବାଇଁ ତାଙ୍କର ଟ୍ରାକ୍ଟରଟି ଘର ନିକଟରେ ରଖିଥିବା ବେଳେ ଗତ ୨୨ ତାରିଖ ରାତିରେ କେହି ଦୁର୍ବୃତ୍ତ ଚୋରାଇ ନେଇଯାଇଥିଲେ। ଏଥିନେଇ ପୋଲସରା ଥାନାରେ ଏକ ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲସରା ଥାନା ଆଇଆଇସି କୌସିକ ମାଝୀଙ୍କ ନେତୃତ୍ୱରେ ସ୍ବତନ୍ତ୍ର ସ୍କାଡ୍‌ ଗଠନ କରି ଜିଲା ଓ ଜିଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବାବେଳେ ପୁରୀ ଜିଲା ପିପିଲିଠାରେ ରାସ୍ତାକଡ଼ରୁ ଜବତ କରାଯାଇଥିଲା। ଏହି ଗାଡ଼ିକୁ ସେଠାରୁ ଆଣି ରବିବାର କାହ୍ନୁଙ୍କୁ ହସ୍ତାନ୍ତର କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଚଢ଼ାଉ ଚାଲିଥିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବାର ଏସ୍‌ଡିପିଓ କହିଛନ୍ତି।

The post ପୋଲସରାରୁ ଚୋରି ଟ୍ରାକ୍ଟର ପିପିଲିରୁ ଜବତ appeared first on Dharitri Odia News.